Wednesday , May 31 2023
Home / ବିଶେଷ / ଦୁର୍ଘଟଣା ଗ୍ରସ୍ତ କାର୍ ଭିତରୁ ମିଳିଲା ମାରଣାସ୍ତ୍ର , ୨ ଯୁବକ ଗିରଫ

ଦୁର୍ଘଟଣା ଗ୍ରସ୍ତ କାର୍ ଭିତରୁ ମିଳିଲା ମାରଣାସ୍ତ୍ର , ୨ ଯୁବକ ଗିରଫ

ଭୁବନେଶ୍ୱର ,୧୫/୧୧/୨୦୨୧(ଓଡ଼ିଶା ସମାଚାର)-ଦୁର୍ଘଟଣାଗ୍ରସ୍ତ ଏକ କାରରୁ ମିଳିଛି ମାରଣାସ୍ତ୍ର । ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଏକ୍ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଗ୍ରସ୍ତ କାର୍ ଭିତରେ  ଖଣ୍ଡା, ଭୁଜାଲି , ଛୁରୀ ଆଦି ମାରଣାସ୍ତ୍ର ଥିଲା । ସେଗୁଡ଼ିକୁ ଜବତ କରାଯାଇଛି । କାର ରେ ଥିବା ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ଯୁବକ ହେଉଛନ୍ତି ଭୁବନେଶ୍ବର ଆଚାର୍ୟ୍ୟ ବିହାର ଅଞ୍ଚଳର ଆଶୀର୍ବାଦ ତ୍ରିପାଠୀ ଏବଂ ରାଉଲକେଲା ଟାଙ୍ଗରପାଲିର ଜ୍ଞାନ ପ୍ରସାଦ ଲେଙ୍କା ଗିରଫ ।  ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସୂଚନା ମିଳୁଛି । ଏମାନଙ୍କ ନିକଟରୁ ୨୦ ହଜାର ଟଙ୍କା ଓ ୩ ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.