କଟକ ସଦର, ୧୪/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ଜିଲ୍ଲାର ଅଗ୍ରଣୀ କନ୍ଦରପୁର ସରସ୍ଵତୀ କଳାପରିଷଦର ୧୮ ତମ ବାର୍ଷିକ ଉତ୍ସବ ଓ ମେଧା ଅନେଶ୍ୱଣ କାର୍ଯ୍ୟ କ୍ରମ ଡିସେମ୍ବର ୨୫ ଓ ୨୬ ଦୁଇଦିନ ଧରି କଳାଵିହାର ପରିଷରରେ କୋଭିଡ କଟକଣାରେ ଅନୁଷ୍ଠିତ ହେଵାକୁ ଆଜି ରବିବାର ମଧ୍ୟଶାସନ ମହାବୀର ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଥିବା ଜଣାପଡ଼ିଛି।ଏଥିରେ ପରିଷଦର ପ୍ରତିଷ୍ଠାତା ସଭାପତି ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, ପିତାମ୍ବର ମହାପାତ୍ର, ପ୍ରଫୁଲ୍ଲ ଦାସ, ଦୈତ୍ୟାରି ପ୍ରଧାନ,ସରୋଜନଳିନୀ ପରିଜା,ମହାଦେଵ ମହାରଣା ପ୍ରମୁଖ ଵହୁ କଳାପ୍ରେମୀ ଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର