Saturday , August 13 2022
Breaking News
Home / ବିଶେଷ / ଶିଶୁ ଦିବସରେ ଚାଇଲଡ଼ ଲାଇନ୍ ସେ ଦୋସ୍ତି ସପ୍ତାହର ଶୁଭାରମ୍ଭ

ଶିଶୁ ଦିବସରେ ଚାଇଲଡ଼ ଲାଇନ୍ ସେ ଦୋସ୍ତି ସପ୍ତାହର ଶୁଭାରମ୍ଭ

ବାଲିଗୁଡା,୧୪/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଚାଇଲଡ଼ ଲାଇନ୍ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ “ଚାଇଲଡ଼ ଲାଇନ୍ ସେ ଦୋସ୍ତି “ସପ୍ତାହ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଏକକ ଅଭିନୟ ପ୍ରତିଯୋଗିତା କରାଯାଇଥିଲା ଓ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ପ୍ରଥମ,ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗିକୁ ମାନ ପତ୍ର  ଓ ଟ୍ରଫି ପ୍ରଦାନ କରାଯାଇଥିଲା।  ଆୟୋଜିତ ଉଦଯାପନ ସଭାକୁ ଚାଇଲ୍ଡଲାଇନ୍ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରଣ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଇନିସପେକ୍ଟର ରଚିତା ମାଡକାମି,ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ଚାଇଲ୍ଡଲାଇନ୍ ର ସଂଯୋଜିକା ଶ୍ରୀମତୀ ରଞ୍ଜିତା କମ୍ପ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଶିଶୁମାନେ ଅତିଥି ମାନଙ୍କୁ ଦୋସ୍ତି ର ଡୋରିi ବାନ୍ଧିଥିଲେ।   ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ଶିବଶଙ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟିମ୍ ମେମ୍ବର ଦିଲ୍ଲିପକୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠାନ ର ଛାତ୍ରୀ ସୁଶ୍ରୀ ମାମଲି ପାତ୍ର ଏକକ ଅଭିନୟ ପ୍ରତିଯୋଗିତା ପରିଚାଳନା କରିଥିଲେ । ଓଡିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.