କେନ୍ଦ୍ରାପଡ଼ା, ୧୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଅନ୍ତର୍ଗତ ମହିପାଳର ଏକ ପୋଖରୀରେ ଏକ ଶିଶୁ ପଡିଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାକୁ ଏକ ଖବର ମିଳିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଦେଖିବାରେ ସେହି ପୋଖରୀରେ କିଛି ଭାସୁଥିବାର ଦୂରକୁ ଦେଖାଯାଇଥିଲା । ପୋଲିସ ଅଗ୍ନିଶମ ବାହିନୀକୁ ଖବର ଦେବାରେ ସେମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ପୋଖରୀ ଭିତରେ ପଶି ଖୋଜାଖୋଜି ଆରମ୍ଭ କରିଥିଲେ । ପୋଖରୀରେ ଭାସୁଥିବା ଏକ ବୁଜୁଳାକୁ ଅଗ୍ନିଶମ ବାହିନୀ କର୍ମଚାରୀ ପାଣିରୁ ଛାଣି ଉପରକୁ ଆଣିବା ପରେ ସେଥିରେ କେବଳ ଛିଣ୍ଡା କପଡା ଛଡା ଆଉ କିଛି ନଥିବା ଦେଖାଯାଇଥିଲା । ଫଳରେ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରୁ ହିନସ୍ତା ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଓଡ଼ିଶା ସମାଚାର