ବରଗଡ଼ ୧୪/୧୧/୨୦୨୧(ଓଡ଼ିଶା ସମାଚାର)- ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ଆଜି ଏକ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ବରଗଡ଼ ଗଣପତି ହୋଟେଲ ପଛପଟେ ନୂଆଖୁଳିରେ ରହୁଥିବା ଆୟୁଷ ଅଗ୍ରୱାଲ (୨୨) ଓ ପ୍ରିୟାନଶୁ ପଣ୍ଡା(୨୨) କଣ୍ଡେତୋରା, ଏକ ବାଇକ ଯୋଗେ କେଦାରନାଥ ସ୍ଥିତ ଶିବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ଫେରିବା ସମୟରେ ଭାରସାମ୍ୟ ହରାଇ ଏକ ଲାଇନ ଖୁଣ୍ଟ ରେ ବାଡେଇ ହୋଇଥିଲେ । ଘଟଣା ସ୍ଥଳରେ ଉଭୟ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ବର୍ତମାନ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶବ ସରକ୍ଷଣ ଗୃହ ରେ ଉଭୟଙ୍କ ମୃତ ଶରୀର ରଖାଯାଇଛି । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଭଟଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଉଭୟ କୋମନା ଥାନା ନୂଆପଡା ଜିଲ୍ଲାର ବାସିନ୍ଦା । ଓଡ଼ିଶା ସମାଚାର