ଗରଦପୁର, ୧୪/୧୧/୨୦୨୧(ଓଡ଼ିଶା ସମାଚାର)- ବିପର୍ଯ୍ୟୟ ସମୟରେ କିଭଳି ଭାବରେ ମୁକାବିଲା କରିବା ସହିତ ପରିଚାଳନା ଓ ସୁରକ୍ଷା ପାଇଁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ନିମନ୍ତେ କ୍ଲଷ୍ଟର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କୋଭିଡ୍ କଟକଣା ମଧ୍ୟରେ ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ୟୂଜିୟୁପି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରକଣା ୟୂଜିୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ନଇନ୍ଦିପୁର ଅଗ୍ନିଶମ ବାହିନୀର ଅଧିକାରୀ ରମେଶ ଚନ୍ଦ୍ର ନନ୍ଦ,ପୂର୍ବତନ ବିଆରସିସି ନବୀନ ଚନ୍ଦ୍ର ବେହେରା,ଅବସରପ୍ରାପ୍ତ ଶିକ୍ଷକ ତଥା ଗରଦପୁର ବ୍ଲକ ଶିକ୍ଷକ ସଂଘର ଉପଦେଷ୍ଟା ସମ୍ପଦ କୁମାର ଜେନା, ମହେଶ୍ୱର ପାଣି, ନାରାୟଣ ସାହାଣି,ଅଭୟ କୁମାର ବେହେରା,ପାଟକୁରା ମେଡିକାଲର ଡାକ୍ତର ମନୋଜ କୁମାର ଜେନା,ନୂଆପଡା ବିଦ୍ୟୁତ୍ ସେକସନର କନିଷ୍ଟ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡା ଓ ବେଡାରୀ ପଂଚାୟତର ସରୀପଂଚ ଗୋକୁଳାନନ୍ଦ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବିପର୍ଯ୍ୟୟ ସମୟରେ କିଭଳି ପ୍ରଶମନ ସହ ସୁରକ୍ଷା ଓ ସୁରକ୍ଷିତ କରି ହେବ,ବିପର୍ଯ୍ୟୟ ପରିଚାଳନା,ସମାମାଜିକ ସୁରକ୍ଷା,ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟର ସୁରକ୍ଷା ,ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ସୁରକ୍ଷା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଜ୍ଞାନ ପ୍ରଦାନ କରାଯିବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ବସନ୍ତ କୁମାର ବେହେରା ,ଭବାନୀ ଚନ୍ଦ୍ର ପଣ୍ଡା ଓ ନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ବେଡାରୀ ପଂଚାୟତର ସମିତି ସଭ୍ୟା ଭଗବତୀ ସେଠୀ,ସିଆରସିସି ରବିନ୍ଦ୍ର ନାଥ ନାୟକ,ଶିକ୍ଷକ ଦୀଲ୍ଲୀପ କୁମାର ସେଠୀ,ଉତ୍କଳ ଭାରତୀ,ମମତା ଲେଙ୍କା ,ହିରଣ୍ୟ କୁମାର ବେହେରା,ତାପସ କୁମାର ରାଉତ ପ୍ରମୁଖ ଶିକ୍ଷକ/ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆରମ୍ଭରେ ଡାକ୍ତର ମନୋଜ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କ୍ଲଷ୍ଟରରେ ରହିଥିବା ପାଟକୁରା, ସମସରା, ଯମୁନାବାଦ, ଲେଖନପଡା, ବେଡାରୀ, ଶ୍ରୀଚନ୍ଦନପୁର ଓ ପରକଣା ଆଦି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଓଡ଼ିଶା ସମାଚାର