Wednesday , October 4 2023
Breaking News
Home / ବିଶେଷ / ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ

ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, ୧୪/୧୧/୨୦୨୧(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ବଡବଜାର ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି ମାମଲାରେ ସମ୍ପୃକ୍ତ ଜଣେ ନାବାଳକକୁ ଅଟକ ରଖାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୩ ଟି ଖଣ୍ଡା, ୬ଟି ମୋବାଇଲ, ଗୋଟିଏ ବାଇକ, ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହି ଘଟଣାରେ ଷଡଯନ୍ତ୍ର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଖୋଜାଚାଲିଛି ବୋଲି ପୁଲିସ କହିଛି ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି ନିର୍ମମ ଭାବେ ବିଚ୍ ରାସ୍ତାରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଏବେ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ବ୍ରହ୍ମପର ଏସ୍ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଘଟଣାରେ ୩ ଟି ଖଣ୍ଡା , ବାଇକ୍ , ୬ ଟି ମୋବାଇଲ୍ ଫୋନ୍, ଦୁଇଟି ଗଜ ଜବତ କରିଛି ପୋଲିସ। ବଡବଜାର ଓ ଦିଗପହଣ୍ଡି ପୁଲିସ୍ ମିଳିତ ଭାବେ ତଦନ୍ତ କରି ଏହି ଘଟଣାରେ ସମସ୍ତଙ୍କୁ ଗିରଫ କରିଛି । ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଏସ୍ ପି କହିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *