କଟକ ସଦର, ୧୪/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନିଖିଳ ଉତ୍କଳ ପାଟରା ସମିତି,ପାଟଵୈଶ୍ୟ ମହାସଭା ଅନୁବନ୍ଧିତ କିଶନନଗର ଆଞ୍ଚଳିକ ଚକଲାର ସାଧାରଣ ଅଧିବେଶନ ଆଜି ରବିବାର ରାଇନଗର ଓ ହରିପୁର ବୁଢିଆଣୀ ପୀଠରେ ସଭାପତି ଗୋକୁଳାନନ୍ଦ ଵୈଶାଖଙ୍କ ସଭାପତିତ୍ବ ଓ ମହାସଭା ବରିଷ୍ଠ ରାଜ୍ୟ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ଵେହେରାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୧୨ ଗୋଟି ଥାନର ପାରମ୍ପରିକ ଏବଂ ମନୋନୀତ ପ୍ରତିନିଧି ମାନଙ୍କ ସହିତ ମହାସଭାର ଉପସଭାପତି ନାଥ ଖୁଣ୍ଟିଆ, ସାଧାରଣ ସମ୍ପାଦକ ସଂଜୟ ସାହୁ, ମହାସଭା ଚକଲା ପ୍ରତିନିଧି ରବିନ୍ଦ୍ରନାଥ ସେନାପତି,ସୈ।ଭାଗ୍ୟ କୁମାର ପାତ୍ର,କିଶନନଗର ଆଞ୍ଚଳିକ ଚକଲାର ସାଧାରଣ ସମ୍ପାଦକ ମହାଦେବ ସାହୁ, ଉପସଭାପତି ଶଂକର୍ଷଣ ସାହୁ,ସହ ସଂପାଦକ ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ଗୈ।ରାଙ୍ଗ ଚରଣ ପାତ୍ର ପ୍ରମୁଖ ଵହୁ ଜାତିପ୍ରେମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଜାନୁଆରୀ ରେ ପୁରୀ ଠାରେ ହେଵାକୁ
ଥିଵା ତିନି ଦିନିଆ ମହାଅଧିଵେଶନର ସଫଳତା ପାଇଁ ମହାସଭାର କର୍ମକର୍ତ୍ତା ମାନେ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ। ମହାସଭାର ପଞ୍ଚଅଧିକାରୀ ଧରଣୀଧର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଅଧିଵେଶନର ଶୁଭାରମ୍ଭ କରିଥିବା ବେଳେ ଶେଷରେ ଅମୂଲ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମୂଖ୍ୟ ସହଯୋଗୀ ତଥା ମାଲିକ ଵାଜେନ୍ଦ୍ର ପାତ୍ର ସମସ୍ତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଓଡ଼ିଶଶ ସମାଚାର
