Wednesday , December 1 2021
Breaking News
Home / ଶିକ୍ଷା / କନ୍ଧମାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ପାଳିତ

କନ୍ଧମାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ପାଳିତ

ବାଲିଗୁଡା,୧୪/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ସ୍ତରୀୟ  ଶିଶୁ ମହୋତ୍ସବ  ମହାଆଡମ୍ବରରେ କୋଭିଡ୍ ନିୟମକୁ ନଜରରେ ରଖି ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ବାଲିଗୁଡା ଉପଜିଲ୍ଲାପାଳ ଡଃ.ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଶଢଙ୍ଗି ଓ ବାଲିଗୁଡା ବ୍ଲକ୍ ଶିକ୍ଷା ଅଧିକାରୀ ଶରତ ମାଝିଙ୍କ ସମେତ ଜିଲାର ୧୨ଟି ବ୍ଲକର ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ସମେତ ସ୍କୁଲ ଛାତ୍ର/ଛାତ୍ରୀ ଯୋଗଦାନ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକର ସ୍କୁଲ  ପିଲାଙ୍କ ମଧ୍ୟରେ ପ୍ରତିଭା ସମ୍ପନ୍ନ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସଂଗୀତ ନୃତ୍ୟ, ଚିତ୍ରକଳା, ଡିବେଟ୍ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ରାଜ୍ୟସ୍ତରକୁ ମନୋନିତ ହେଇଥିବା ଛାତ୍ର/ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଓଡିଶା ସମାଚାର

About admin

Check Also

ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଜନୈକ ଶିକ୍ଷୟିତ୍ରୀ ନିଜ ବୟସକୁ ଜାଲିଆତି କରି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଉଚ୍ଚ ପ୍ରାଥମିକ …

Leave a Reply

Your email address will not be published. Required fields are marked *