Friday , September 22 2023
Breaking News
Home / ବିଶେଷ / ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଡିସେମ୍ବର ୧ ରୁ

ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଡିସେମ୍ବର ୧ ରୁ

ଭୁବନେଶ୍ୱର ,୧୪/୧୧/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହେବ । ଡିସେମ୍ବର ପହିଲାରୁ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ । ଏହି ଶୀତ କାଳୀନ ଅଧିବେଶନ ରେ ମୋଟ ୨୬ଟି କାର୍ୟ୍ୟ ଦିବସ ରହିଥିବା ବେଳେ ୫ଟି ଛୁଟି ଦିନ ରହିଛି । ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖ ୪ଟି ରବିବାର ସହିତ ଡିସେମ୍ବର ୨୫ରେ ବଡ଼ଦିନ ପାଇଁ ବିଧାନସଭାର ଅଧିବେଶନ ବନ୍ଦ ରହିବ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *