Friday , September 29 2023
Breaking News
Home / ବିଶେଷ / ଆୟତପୁର ଠାରେ ଓଡିଶା ମୋ ପରିଵାର ଜୀବନବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିଵିର – ୧୦୫ ୟୁନିଟ୍ ରକ୍ତ ସଂଗ୍ରହ

ଆୟତପୁର ଠାରେ ଓଡିଶା ମୋ ପରିଵାର ଜୀବନବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିଵିର – ୧୦୫ ୟୁନିଟ୍ ରକ୍ତ ସଂଗ୍ରହ

କଟକ ସଦର, ୧୪/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ଠାରେ ଆଜି ରବିବାର ଦିନ ଓଡ଼ିଶା ମୋ ପରିଵାର ଜୀଵନ ବିନ୍ଦୁ ଆନୁକୁଲ୍ୟରେ ସଦର ଯୁଵ ଛାତ୍ର ବିଜେଡ଼ି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଵିରକୁ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉଦ୍ଘାଟନ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା,ଆତ୍ମା ର ଅଧ୍ୟକ୍ଷ ରଜନୀ କାନ୍ତ ସାହୁ,ସଦର ଯୁଵ ବିଜେଡି ସଭାପତି ହିମାଂଶୁ ଦାସ,ଵ୍ଲକ ସଭାପତି ଚିତ୍ତରଞ୍ଜନ ବେହେରା, ଜୀବନବିନ୍ଦୁ ସଂଯୋଜକ ଇନ୍ଦୁ ଭୂଷଣ ଵେହେରା, ନୀଳମାଧବ ଖୁଣ୍ଟିଆ, ପ୍ରଦୀପ୍ତ ମହାଳି, ରତିକାନ୍ତ ଜେନା ପ୍ରମୁଖ ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରକ୍ତ ଦାତା ଜୀଵନଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିଵିରରୁ ମୋଟ ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *