ଭୁବନ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନର ଯୁବ ସାମ୍ବାଦିକ ଶିଶିର ସାଥୁଆ ମହାପାତ୍ର ଙ୍କ ୭ମ ଶ୍ରାଦ୍ଧୋତ୍ସବ ଓ ସ୍ମୃତିଚାରଣସଭା କାଳୀବଜାର ସ୍ଥିତ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ ଠାରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶିଶିର ଙ୍କ ଦାୟାଦ ସାମ୍ବାଦିକ ଅବିନାଶ ସାଥୁଆ ମହାପାତ୍ର ଙ୍କ ଆବାହକତ୍ୱ ଓ ସାରସ୍ୱତ ସାଧକ ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଭୁବନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ,କବି ଚିତ ରଂଜନ ମିଶ୍ର,ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ,ସମାଜସେବୀ ଲକ୍ଷ୍ମଣ ଦାସ,ମହାଲକ୍ଷ୍ମୀ ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ସମେତ ସାମ୍ବାଦିକ ମନୋଜକୁମାର ପୋଥାଳ,ପୂର୍ଣ୍ଣଚନ୍ଦ୍ର ସାହୁ,ଦେବାନନ୍ଦ ସାହୁ,ଅଶୋକ କୁମାର ଗୁରୁ,ସଂଜୟ କୁମାର ନାୟକ,ରବିନ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର