Wednesday , October 4 2023
Breaking News
Home / ରାଜନୀତି / ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଉପସ୍ଥାପନା

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଉପସ୍ଥାପନା

ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଥିବା ସରକାରୀ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଉ: ବିଜେପି
ଭୁବନେଶ୍ୱର ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଅନୁଷ୍ଠିତ ହେଉଥିବା ଯେକୌଣସି ନିର୍ବାଚନ ପ୍ରକ୍ରିୟାକୁ ଶାସକ ବିଜେଡି ତରଫରୁ ପ୍ରଭାବିତ କରାଯାଉଛି । ବିଶେଷ ଭାବେ ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ନିର୍ବାଚନ ସମୟରେ ପ୍ରଭାବିତ କରି ଭୋଟ ହାତେଇବା ଏବଂ ନିର୍ବାଚନ ପରେ ସେମାନଙ୍କୁ ପ୍ରତାରିତ କରିବାର ଶାସକ ବିଜେଡିର ଅଭ୍ୟାସରେ ପରିଣତ ହୋଇସାରିଛି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଲେଣି । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ସେଥି ସହ ଆଉ କେତେକ ବିଭାଗ ଯଥା, ରାଜ୍ୟ ସରକାରଙ୍କ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାମିଲ କରିବା ପାଇଁ ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦାବି କରାଯାଇଛି । ଏହା ଦ୍ୱାରା ପଂଚାୟତ ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ସହ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି କୁହାଯାଇଛି । ସେହିପରି ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଥିବା ସରକାରୀ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିବା ପାଇଁ ମଧ୍ୟ କମିଶନଙ୍କ ନିକଟରେ ବିଜେପିର ପ୍ରତିନିଧି ଦଳ ସାକ୍ଷାତ କରି ଦାବି କରିଛନ୍ତି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ବ୍ୟାଲେଟ ପେପର ପ୍ରିନ୍ଟ୍ରଙ୍ଗର ସ୍ୱଚ୍ଛତା ଓ ନିରପେକ୍ଷତା ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ବିଜେପି ପ୍ରତିନିଧି ଦଳ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂ ଓ ସତ୍ୟବ୍ରତ ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ବିଜେପି ଆଇନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *