ଭୁବନ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ସଭାଗୃହ ପରିସରରେ ମୋ ସ୍କୁଲ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଶିକ୍ଷାଧିକାରୀ ପ୍ରତାପ କୁମାର ଶତପଥି,ଏନଏସି ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ଅତିଥି ଭାବେ ଉପସ୍ଥିତ ରହି ବିଭିନ୍ନ ସ୍କୁଲର କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ରଣା,ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଣେଶ୍ୱର ଦାସ,ମହୁଲପାଳ ଜେଭିଏନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୂୟାଁ,ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ,ସୁରପ୍ରତାପପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାତୀ ସେଠୀ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜକୁମାର ପୋଥାଳ,ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ମାସ ଶେଷ ସୁଦ୍ଧା ସରକାର ମୋ ସ୍କୁଲ କୁ ରୁପାନ୍ତରିତ (ଉଦଘାଟନ) କରିବାର କାର୍ଯ୍ୟକ୍ରମ ଥିବାରୁ ଯୁଦ୍ଧକାଳୀନ ଭିତିରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଡିଓ ଶ୍ରୀଯୁକ୍ତ ପରିଡା ନିର୍ଦ୍ଧେଶ ଦେଇଥିଲେ । ଓଡ଼ିଶା ସମାଚାର