Monday , December 6 2021
Breaking News
Home / ବିଶେଷ / ବୃହତ ଆଇନସେବା ଶିବିର ଅନୁଷ୍ଠିତ

ବୃହତ ଆଇନସେବା ଶିବିର ଅନୁଷ୍ଠିତ

ଜଗତସିଂହପୁର, ୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବୃହତ୍ ଆଇନସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ଯୋଗଦେଇ ଜିଲା ଓ ଦୌରାଜଜ୍ ଅନୁପ କୁମାର ଚନ୍ଦନ କହିଲେ ଗରିବ ଅସହାୟ ଲୋକମାନଙ୍କୁ ନ୍ୟାୟ ଦେବାପାଇଁ ଆଇନର ସମସ୍ତ ବ୍ୟବସ୍ଥା ରହିଛି । ଆଇନ ବିଷୟରେ ଅସହାୟ ଗରିବ,ଅଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ଆମସମସ୍ତଙ୍କର ଗୁରୁ ଦାୟୀତ୍ୱ ରହିଛି । ଜଗତସିଂହପୁର ଏକ ଛୋଟିଆ ଜିଲ୍ଲା ହୋଇଥିଲେ ମଧ୍ୟ ପୁରୁଷ ସ୍ୱାକ୍ଷରତାରେ ଏହା ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏଠାକାର ଲୋକମାନେ ଅଧ୍ଚଳ ସଚେତନଶୀଳ,ସାଧାରଣ ଲୋକଙ୍କୁ ଆଇନ ଉପରେ ଧାରଣା ଦେବା ସରକାରଙ୍କ ବିଭିନ୍ନ ସ୍କିମ୍ ଉପରେ ସୂଚନାଦେବା ଆଇନ୍ ର ବିଭିନ୍ନ ଦିଗ ଉପରେ ଧାରଣା ଦେବା ଆଇନ୍ କୁ ସେମାନଙ୍କ ନିକଟରେ ପହଂଚାଇ ସେମାନଙ୍କର ସମସ୍ୟାକୁ ହ୍ରାସ କରିବାପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଜିଲ୍ଲା ଜଜ୍ ପରାମର୍ଶ ଦେଇଥିଲେ । ଆଜିର ଶିବିରକୁ ସଫଳଭାବେ ଆୟୋଜନ କରିଥିବାରୁ ଜିଲ୍ଲା ପ୍ରଶାସନ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ପାରୁଲ ପଟାୱରୀ ଯୋଗଦେଇ କହିଲେ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସଫଳ ରୂପାୟନ ପାଇଁ ଆଜିର ଶିବିର ଷ୍ଟଲ ପକାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଉଛି । ଆଇନସେବା ଯେପରି ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇଦେଉଛି ସେହିପରି ସରକାରଙ୍କ ଜନକଲ୍ୟାଣ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚାାଯାଇପାରୁଛି । ବିଭିନ୍ନ ବିଭାଗ ଦ୍ୱାରା ସମସ୍ତ ସରକାରୀ ଯୋଜନାକୁ ଗରୀବ ,ଅସହାୟ,ଅର୍କମଣୀୟ ଲୋକମାନଙ୍କ ନିକଟରେ ପହଂଚାଇବା ପାଇଁ ପ୍ରୟାସ କରାଯାଇଛି । ଏହି ସଭାରେ ପରିବାର ଅଦାଲତ ଜଜ୍ ଡଃ.ଜୀବନଜ୍ୟୋତି ରଥ ଯୋଗଦେଇ କହିଲେ ପରିବାର ସମାଜର ଏକ ମୁଖ୍ୟ ଅଙ୍ଗ । ପରିବାରକୁ ନେଇ ସମାଜ,ସମାଜକୁ ନେଇ ରାଜ୍ୟ,ପିଲାଟିଏ ପରିବାରର ଶିକ୍ଷା ପାଇବା ସହ ପରିବାରର ଲୋକମାନଙ୍କ ଠାରୁ ଅନୁକରଣ କରିଥାଏ ।ପ୍ରତ୍ୟେକ ପିଲା ଉପରେ ତାର ପରିବାର ଏକ ଗଭିର ଛାପ ଛାଡି ଦେଇଥାଏ । ଜିଲ୍ଲା ଓକିଲ ସଂଘରସଭାପତି ଗଗନଚନ୍ଦ୍ର ଦାଶ ଯୋଗ ଦେଇଆଇନ ଉପରେ ବିସ୍ତୃତ ବିବରଣୀଦେଇଥିବାବେଳେ ଓକିଲ,ବୁଦ୍ଧିଜୀବୀ,ପିଏଲଭି ମେମ୍ବରକୁ ନେଇ ଏକ ଫାଉଣ୍ଡେସନ ଉପରେ ଗୁରାତ୍ୱାରୋପକରିଥିଲେ । ଏହି ସଭାରେ ଜିଲ୍ଲାଆଇନସେବା ପ୍ରାଧିକରଣ ର ସଚିବସୁନନ୍ଦା ପାଢୀ ଯୋଗଦେଇ ବୃହତ ଆଇନସେବା ଶିବିର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ସବ୍ ଜଜ୍ ତଥା ସିଭିଲ ଜଜ୍ ଅଭୟକୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ତଥା ଆର୍ଶିବାଦ ଯୋଜନା ,ମତ୍ସ୍ୟଜୀବୀ ପୋଖରି ଯୋଜନା,ମତ୍ସଜୀବୀ ଉନ୍ନୟନ ଯୋଜନା,ବିଧବା ଭତା,ଅର୍କମଣ୍ୟ ଭତା, ମିଶନ ଶକ୍ତି ଯୋଜନାର ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା, ଟ୍ରାଇସାଇକେଲ,ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭାଗ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଓରମାସ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା । ଏହି ଉତ୍ସବରେ ଜିଲ୍ଲା କୋର୍ଟର ସମସ୍ତ ବିଚାବିଭାଗୀୟ ଅଧିକାରୀ ଜିଲ୍ଲା ସ୍ତରୀୟ ଅଧିକାରୀ ,ଆଇନଜୀବୀ,ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ମହିଳା ସ୍ୱୟଂସହାୟକ ଗୋଷ୍ଠିର କର୍ମକର୍ତା ମିଶନ ଶକ୍ତିର କର୍ମକର୍ତା ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *