Tuesday , May 30 2023
Breaking News
Home / ବିଶେଷ / ବିଦୁ୍ୟତ ଆଘାତରେ ଯୁବକ ମୃତ

ବିଦୁ୍ୟତ ଆଘାତରେ ଯୁବକ ମୃତ

କେନ୍ଦ୍ରାପଡ଼ା, ୧୩/୧୧/୨୦୨୧(ଓଡ଼ିଶା ସମାଚାର)-ଘରେ ବିଦୁ୍ୟତ ବଲ୍ୱ ଲଗାଉଥିବା ବେଳେ ହଠାତ କରେଂଟ ଆସିଯିବାରୁ ବିଦୁ୍ୟତ କରେଂଟ ଆଘାତରେ ମୃତୁ୍ୟ ବରଣ କରିଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆୟବା ଗ୍ରାମପଂଚାୟତର କେଉଟଗଡ ଗ୍ରାମର ଅଶୋକ କୁମାର ନାୟକ(୩୨) ଶନିବାର ଘରେ ବିଦୁ୍ୟତ ବଲ୍ୱ ଲଗାଉଥିଲେ । ସେହି ସମୟରେ ହଠାତ ଲାଇନ ଆସିଯିବାରୁ ତାଙ୍କୁ ବିଦୁ୍ୟତ କରେଂଟ ମାରିଥିଲା । ଫଳରେ ଅଶୋକ ତଳେ କଚାଡି ହୋଇ ପଡିଥିଲେ । ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ । ଅଶୋକଙ୍କର ୪ ଓ ୮ବର୍ଷର ୨ଟି ପିଲାଙ୍କ ସମେତ ବିଧବା ପତ୍ନୀ ଅଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.