Tuesday , December 7 2021
Home / ବିଶେଷ / ବରଗଡ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥିସହିତ ରାଜ୍ୟ ସରକାରଙ୍କର ଏହି ସ୍ୱାସ୍ଥ୍ୟ ଯୋଜନାରେ ବରଗଡ ଜିଲା ସାମିଲ ହୋଇଛି । ଜିଲାର ୩ ଲକ୍ଷ ୬୪ ହଜାର ଲୋକ ଏହି କାର୍ଡର ସୁବିଧା ପାଇପାରିବେ । ବରଗଡକୁ ମିଶାଇ ଏପର୍ୟ୍ୟନ୍ତ ରାଜ୍ୟର ୧୧ଟି ଜିଲା ଏହି ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମରେ ସାମିଲ ହୋଇଛି । ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରର ୭୧ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପିତ କରିଥିଲେ । ତାହାସହିତ ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀ ପାଣି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଗସ୍ତ କରି ବିକେପୁର ଏମ ଗଣ୍ଡପାଲି ପଡିଆରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଯୋଗଦେଇ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି । ୧୨ଟି ବ୍ଳକରେ ୩ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ୫ ଦିନ ମଧ୍ୟରେ ବଣ୍ଟାଯିବାର କାର୍ୟ୍ୟକ୍ରମ ରହିଛି । ଏହି ସବୁ କାର୍ଡ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ବାଣ୍ଟିବାକୁ ମନ୍ତ୍ରୀ ଓ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଆଜି ମୁଖ୍ୟମନ୍ତି ନିଜ ହାତରେ କିଛି ହିତାଧିକାରୀଙ୍କୁ ବିଜୁ ସ୍ୱସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଜି ଜିଲ୍ଲାରେ ମୋଟ ୨୯୫କୋଟି ୯ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସ୍ୱାସ୍ଥ୍ୟ ସେବା ଭିତ୍ତି ଭୂମି ଉନ୍ନୟନ ପାଇଁ ୯୦ କୋଟି ୨୭ ଲକ୍ଷ, କ୍ରୀଡା ଓ ପର୍ୟ୍ୟଟନ ଉନ୍ନୟନ ପାଇଁ ୪୪ କୋଟି ୨୦ ଲକ୍ଷ ଟଙ୍କା ସମେତ ୧୭୯ କୋଟି ୬୬ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ସେତୁ ନିର୍ମାଣ ପାଇଁ ୪୦ କୋଟି ୭୩ ଲକ୍ଷ ଟଙ୍କା ,ବିଦ୍ୟୁତ ଯୋଗାଣ ପାଇଁ ୩୫ କୋଟି ୧୦ ଲକ୍ଷ ଟଙ୍କା ସହ ୧୧୫ କୋଟି ୪୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜିର ଏହି କାର୍ୟ୍ୟକ୍ରମରେ ୫ଟି ସଚିବ ଭି.କାର୍ତ୍ତିୟେନ ପାଣ୍ଡିଆନ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ,ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ,ସ୍ଥାନୀୟ ବିଧାୟିକା ରିତା ସାହୁ, ଅତବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *