Monday , December 6 2021
Breaking News
Home / ବିଶେଷ / ପାରାଦୀପ ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ଭାର ଗ୍ରହଣ କଲେ ଗିରିଜା ହାରାନାଦ୍

ପାରାଦୀପ ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ଭାର ଗ୍ରହଣ କଲେ ଗିରିଜା ହାରାନାଦ୍

ପାରାଦୀପ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଗ୍ରଣୀ ମହିଳା ସ୍ୱେଛାସେବୀ ସଂଗଠନ ପାରାଦୀପ ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ଭାବେ ଶନିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ଗିରିଜା ହାରାନାଦ୍ । ପୋର୍ଟ ଅଫିସର୍ସ କ୍ଲବ୍ ପରିସରରେ ଥିବା ଲେଡିଜ୍ କ୍ଲବ୍ କାର୍ଯ୍ୟାଳୟରେ ଶନିବାର ଦିନ ଶ୍ରୀମତୀ ହାରାନାଦ୍ ପହଂଚିବା ପରେ ଲେଡିଜ୍ କ୍ଲବ୍ ଓ ଉପସଭାନେତ୍ରୀ ସୁଚିସ୍ମିତା ବୋଷ ଆନୁଷ୍ଠାନିକ ଭାବେ ତାଙ୍କୁ ସ୍ୱାଗତ କରିଥିଲେ । ସଭାନେତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ମନୋରଂଜନ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ପାରାଦୀପ ଲେଡିଜ୍ କ୍ଲବ୍ ର ଉନ୍ନତି ନିମନ୍ତେ ସେ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରତି ଆରତୀ ପାଣିଗ୍ରାହୀ ଓ ଜ୍ୟୋସ୍ନା ଦାଶ ପରିଚାଳନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଲେଡିଜ୍ କ୍ଲବ୍ ର କାର୍ଯ୍ୟକାରୀ ସଭାନେତ୍ରୀ ସବିତା ପଣ୍ଡା । କ୍ଲବ୍ ର ସଦସ୍ୟାମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *