Monday , November 29 2021
Breaking News
Home / ବିଶେଷ / ପାରାଦୀପ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ-ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା

ପାରାଦୀପ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ-ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା

ପାରାଦୀପ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ପ୍ରେସ୍ ଦିବସ ପାଳନର ଅବ୍ୟବାହିତ ପୂର୍ବରୁ ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଶନିବାର ଦିନ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ପରେ କରୋନା ମହାମାରୀର କଟକଣା କୋହଳ ହେବା ପରେ ବନ୍ଦର ସହର ପାରଦୀପରେ କାର୍ଯ୍ୟରତ ସାମ୍ବାଦିକମାନେ ଅମ୍ଲଜାନ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ବୃକ୍ଷରୋପଣ କରିବାକୁ ସ୍ଥିର କରିଥିଲେ । ଏହିକ୍ରମରେ ପାରାଦୀପ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପଛ ପଟରୁ ମଧୁବନ ମସଜିଦ୍ ପର୍ଯ୍ୟନ୍ତ ରାସ୍ତା କଡରେ ଫଳ ଜାତୀୟ ବୃକ୍ଷ ରୋପଣ କରିଥିଲେ । ସାମ୍ବାଦିକ ଶଶାଙ୍କ ଆଚାର୍ଯ୍ୟ,ସ୍ୱାଧୀନଚେତା ଦାସମହାପାତ୍ର, ସଂଜୟ କୁମାର ମିଶ୍ର, ନାରାୟଣ ବେହେରା, ରତ୍ନାକର ଜେନା, ରବିନ୍ଦ୍ର ଜେନା, ଦୀପକ ଦାସ, ଜଗନ୍ନାଥ ଶତପଥି, ସୁଧାଂଶୁ ନାୟକ, ରାଜେନ୍ଦ୍ର ଶୁକ୍ଲା ପ୍ରମୁଖଙ୍କ ତତ୍ୱାବଧାନରେ ଏହି ବୃକ୍ଷରୋପଣ କରାଯାଇଥିଲା । ଓଡିଶା ବନ ଉନ୍ନୟନ ନିଗମ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁ, ଶୁକଦେବ ଜେନା,ରାମଚନ୍ଦ୍ର ସ୍ୱାଇଁ, ଅମୀୟ ଦାସ, ଶରତ ରାଉତ, ଆଦିତ୍ୟ ରାଉତରାୟଙ୍କ ସମେତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଏହି କାର୍ଯ୍ୟକୁ ପାରାଦୀପର ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହିତ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଜଣାପଡିଛି  । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ …

Leave a Reply

Your email address will not be published. Required fields are marked *