କଟକ ୧୩/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୧୧୭ ଜଣ ଏସଆଇ ପଦୋନ୍ନତି ପାଇବା ପରେ ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି । ରାଜ୍ୟ ପୋଲିସ ସଦରମହକୁମା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସେହି ୧୧୭ ଜଣ ଇନିସପେକ୍ଟର ଙ୍କ ମଧ୍ୟରୁ ୨୩ ଜଣ ଙ୍କୁ ଭିଜିଲାନସ ରେ ନିଯୁକ୍ତି ଦିଆଯାଇଥିବା ବେଳେ ୭ ଜଣ ଙ୍କୁ ପୋଲିସ କମିଶନରେଟ ରେ ନିଯୁକ୍ତି ମିଳିଛି । ପୋଲିସ କମିଶନରେଟ ରେ ନିଯୁକ୍ତି ପାଇଥିବା ଇନିସପେକ୍ଟରମାନେ ହେଲେ- ଚିତରଂଜନ ରାଉତ, ବିଭୁଦତ ରାଉତରାୟ, ପ୍ରିୟଦର୍ଶିନୀ ନନ୍ଦ, ଶୁଭ୍ରାନ୍ତକୁମାର ଜେନା, ବିଜୟ କୁମାର ବାରିକ, ସନ୍ତୋଷିନୀ ବେହେରା, ଚନ୍ଦ୍ରିକା ସ୍ୱାଇଁ । ସେହିପରି ଭିଜିଲାନ୍ସ ରେ ନିଯୁକ୍ତି ପାଇଥିବା ଇନିସପେକ୍ଟର ମାନେ ହେଲେ- ହୃଦାନନ୍ଦ କାଲୋ, ଛବିରାଣୀ ହେମ୍ବ୍ରମ, ଉଲିପି ବେହେରା, ସୁନିତା ଓରାମ, ଆଲୋକ କୁମାର ମହାପାତ୍ର, ସଂଯୁକ୍ତା ମହାଳିକ, ହିରଣ୍ୟମୟୀ ସାମଲ, ନିରଂଜନ ରାଉତ, ଜ୍ଞାନରଂଜନ ମହାପାତ୍ର, ଦିଲୀପ କୁମାର ପ୍ରଧାନ, ସୋ÷÷ମ୍ୟକାନ୍ତ ପଣ୍ଡା, ମଧୁସ୍ମିତା କର, ପ୍ରଭାସିନୀ ପୁହାଣ, ବୈ÷ଭବୀମାଳା ସ୍ୱାଇଁ, ସଂଜୟ କୁମାର ପ୍ରଧାନ, ଲିପିକା ନାୟକ, ଅନୁଭା ଦାସ, ସସ୍ମିତା ରେଙ୍ଗାଲି, ପୁଷ୍ପା କିଷାନ, ପ୍ରଭା ଓରାମ, ବୃନ୍ଦାବତୀ ତାଣ୍ଡି, ଅଂଶୁମାଳା ଦାସ, ଉର୍ମିଳା ଲାକ୍ରା ।
ତେବେ ପୋଲିସ କମିଶନରେଟ ର ମୋଟ ୧୬ ଜଣ ଏସଆଇ ପଦୋନ୍ନତି ପାଇଥିବା ବେଳେ ମାତ୍ର ୭ ଜଣ ଇନିସପେକ୍ଟର କମିଶନରେଟ ରେ ନିଯୁକ୍ତି ପାଇଛନ୍ତି । କମିଶନରେଟ ର ଯେଉଁ ପୋଲିସ ଏସଆଇ ମାନେ ପଦୋନ୍ନତି ପାଇ ଇନିସପେକ୍ଟର ହୋଇ କମିଶନରେଟ ଓ ଭିଜିଲାନସ ବ୍ୟତୀତ ଅନ୍ୟ ଜାଗାରେ ନିଯୁକ୍ତି ପାଇଛନ୍ତି ସେମାନେ ହେଲେ- ବିଶ୍ୱବନ୍ଦିନୀ ବାଗ(ଇଓଡବ୍ଲୁ୍ୟ), ସୁଶାନ୍ତ କୁମାର ସେଠୀ(ଜଗତସିଂହପୁର), ପୁଷ୍ପଲତା ରାଉତରାୟ(ବୋ÷÷ଦ), ଜ୍ଞାନରଂଜନ ମହାପାତ୍ର(ଭିଜିଲାନସ), ବର୍ଷା ମହାନ୍ତିି(ଗୁଇନ୍ଦା ବିଭାଗ), ଅଇଶୁପା ବେହେରା(କ୍ରାଇମବ୍ରାଂଚ), ସୁନୀତା ବେହେରା(କ୍ରାଇମବ୍ରାଂଚ) । ଅପରପକ୍ଷରେ ଦୀର୍ଘଦିନ ର ବ୍ୟବଧାନ ରେ ରାଜ୍ୟ ପୋଲିସ ବିଭାଗ ୨୩ ଜଣ ଇନିସପେକ୍ଟର ଙ୍କୁ ଏକକାଳୀନ ଭିଜିଲାନସ ରେ ନିଯୁକ୍ତି ଦେଇଥିବାରୁ ଭିଜିଲାନସ ବିଭାଗର କାର୍ଯ୍ୟ ଅନେକାଂଶରେ ସାଧିତ ହେବ ବୋଲି ଆଶା କରାଯାଉଛି । ଓଡ଼ିଶା ସମାଚାର