Tuesday , June 6 2023
Breaking News
Home / ତାଜା ଖବର / ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୋଲିସ୍ ର ଏନ୍ କାଉଣ୍ଟର

ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୋଲିସ୍ ର ଏନ୍ କାଉଣ୍ଟର

ଭଦ୍ରକ ୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୋଲିସ୍ ପୁଣି ଏନ୍ କାଉଣ୍ଟର କରିଛି। ଭ୍ରଦକ ଗ୍ରାମାଞ୍ଚଳ ଥାନା ଗ୍ରାମାଞ୍ଚଳ ଥାନା ଜଳଙ୍ଗା ନିକଟରେ ଚଢେୟାରେ ପୋଲିସ ଏନ୍ କାଉଣ୍ଟର କରିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ବାପିକୁ ପୋଲିସ ଏନ୍ କାଉଣ୍ଟର କରିଥିଲା । ବାପିର ଉଭୟ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବାପି କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଠାରେ ଡକାୟତି ଉଦ୍ୟମ ବେଳେ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଗୁଳି କରିଛି । ସେ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ କରିଥିଲା। ବାପି ପାଣିର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଅନ୍ୟ ଜଣେ ଅପରାଧୀକୁ ପୋଲିସ କବ୍ଜା କରିନେଇଥିବା ସୂଚନା ମିଳିଛି । ବାପି ସହ ଗୁଳିବିନିମୟ ବେଳେ ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.