Monday , December 6 2021
Breaking News
Home / ବିଶେଷ / ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ଢେଙ୍କାନାଳ, ୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଜଗନ୍ନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟ ପ୍ରକଳ୍ପ ନିର୍ଦ୍ଧେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କାମାକ୍ଷାନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାସ ସମ୍ମାନ୍ନିତ ଅତିଥି ଭାବେ କାମକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତଶଙ୍କର ସାହୁ, ତହସିଲଦାର ପ୍ରଭାସ ବେଉରିଆ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଗବେଷକ ଡାକ୍ତର କୃଷ୍ଣ କେଶବ ଷଢଙ୍ଗୀ ଯୋଗଦେଇ ଗୋ ପୂଜନ କରିଥିଲେ । ଗୋ ପ୍ରର୍ଦଶନୀ ଉଦଘାଟନ କରିଥିଲେ ସମ୍ମାନୀତ ଅତିଥି ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ । ଦୁଧିଆଲୀ ଗାଈ ,ପାଳନ କରିଥିବା ଚାଷୀ ପଚାଂନନ ସାହୁ ,ପ୍ରଜ୍ଞାପରିମିତା ସାମନ୍ତ ପ୍ରମୋଦ ପୃଷ୍ଠି, ଛଡା ପାଳନ କରିଥିବା ଶେଷଦେବ ଦାସ, ପ୍ରଫୁଲ ବେହେରା ଶ୍ୟାମସୁନ୍ଦର ଦାସ ବାଛୁରୀ ପାଳନକରିଥିବା ଶେଷଦେବ ଦାସ, ପ୍ରଜ୍ଞାପରିମିତା ସାମନ୍ତ ପାପୁନି ସାହୁ ଙ୍କୁ ଯଥାକ୍ରମେ ଏକ ହଜାର, ସାତଶହ ଓ ପାଚଂ ଶହ ଟଙ୍କା ପ୍ରଦାନ କରାଯାଇଥିଲା । ଏହା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲେ ବି ପ୍ରର୍ଦଶନରେ ହାତ ଗଣତି ବ୍ୟକ୍ତି ସେମାନଙ୍କ ସୁନ୍ଦର ଗାଈକୁ ପ୍ରର୍ଦଶନକୁ ଆଣିଥିଲେ । ଫଳରେ ଜଣେ ଜଣେ ବ୍ୟକ୍ତି ଏକାଧିକ ଥର ପୁରସ୍କୃତ ହୋଇଥିବା ଦେଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *