ପାରାଦୀପ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ସ୍ୱେଛାସେବୀ ସଙ୍ଗଠନ ପାରାଦୀପ ଯୁବକ ସଂଘର ସଭାପତି ଇଂ.ମନୋଜ କୁମାର ନାୟକ ଚାକିରୀ ଦେବା ନାଁ ରେ ଟଙ୍କା ହଡପ କରିଥିବା ନେଇ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ପାରାଦୀପ ବାଲିଝରାରେ ରହୁଥିବା ପ୍ରଶନ୍ଜିତ ମାଇତିଙ୍କୁ ଚାକିରୀ କରାଇଦେବା ପାଇଁ ପାରାଦୀପ ଯୁବକ ସଂଘର ସଭାପତି ଇଂ.ମନୋଜ କୁମାର ନାୟକ ୨୦୨୦ ମସିହା ନଭେମ୍ବର ମାସ ୧୭ ତାରିଖ ଦିନ ପଚିଶ ହଜାର ଟଙ୍କା ନେଇଥିଲେ । ଚାକିରୀ ପାଇଁ ପ୍ରଶନ୍ଜିତ ବାରମ୍ବାର ଅନୁରୋଧ କରିଥିଲେବି ମନୋଜ ଦିନ ପରେ ଦିନ ଗଡେଇ ଚାଲିଥିଲେ । ଶେଷରେ ପଶନ୍ଜିତ୍ ଟଙ୍କା ଫେରାଇବକୁ କହିବାରୁ ମନୋଜ କୋଡିଏ ହଜାର ଟଙ୍କା ଫେରାଇଥିଲେ । ଅବଶିଷ୍ଠ ଟଙ୍କା ଫେରି ପାଇବାକୁ ମାଗିବାରୁ ମନୋଜ ତାଙ୍କୁ ଅଶ୍ଲୀଲ ଭାଷାରେ ଗାଳିଗୁଲଜ ଦେଇଥିବା ନେଇ ସେ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ସମାଜସେବୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି । ଓଡ଼ିଶା ସମାଚାର