Monday , November 29 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଗୋବରୀ କେନାଲ ବନ୍ଧ ରାସ୍ତା ଉପରେ ବଜୁରୀ ଢାଳି ରାସ୍ତା ଅବରୋଧ

କେନ୍ଦ୍ରାପଡା ଗୋବରୀ କେନାଲ ବନ୍ଧ ରାସ୍ତା ଉପରେ ବଜୁରୀ ଢାଳି ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା, ୧୩/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତାର ଗୋବରୀ କେନାଲ ଓଭର ବ୍ରିଜ ନିକଟରେ ୩ଦିନ ହେବ ରାସ୍ତା ମଝିରେ ଟ୍ରକରେ ଆସିଥିବା ବଜୁରୀ ଓ ଚିପ୍ସ ଟ୍ରିପ ଢାଳି ସେହି ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରାଯାଇଛି । ଫଳରେ ସେହି ରାସ୍ତା ଦେଇ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହୋଇଛି । ସାଇକେଲ ଓ ବାଇକ ଆରୋହୀମାନେ ଦୂର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ରାସ୍ତାଦେଇ ୪ଚକିଆ ଓ ୩ ଚକିଆ ଯାନ ଗୁଡିକ ଚଳାଚଳ କରିପାରୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାଇ ସେହି ରାସ୍ତାର ମରାମତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ଡିଭିଜନ ନଂ-୧ରୁ ଠିକା ନେଇଥିବା ସଂପୃକ୍ତ ଠିକାଦାର ଟ୍ରକରେ ଆଣିଥିବା ବଜୁରୀ ଓ ଚିପ୍ସକୁ ରାସ୍ତା ମଝିରେ ଢାଳି ଦେଇ ପଳାଇ ଯାଇଛି । ସଂପୃକ୍ତ ଠିକାଦାର ଜଣଙ୍କ ଏହି ସମସ୍ୟା ସମ୍ପର୍କରେ ଅବଗତ ଥାଇବି କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେବି ଅଦ୍ୟାବଧି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଦେଖାଯାଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ …

Leave a Reply

Your email address will not be published. Required fields are marked *