Monday , December 6 2021
Breaking News
Home / କ୍ରୀଡ଼ା / କଳିଙ୍ଗ ଷ୍ଟାଡିୟମ ରେ ଜୁନିଅର ହକି ବିଶ୍ୱକପ୍ ୨୪ରୁ – ଭାରତୀୟ ଟିମ୍ ରେ ୩ ଓଡିଆ

କଳିଙ୍ଗ ଷ୍ଟାଡିୟମ ରେ ଜୁନିଅର ହକି ବିଶ୍ୱକପ୍ ୨୪ରୁ – ଭାରତୀୟ ଟିମ୍ ରେ ୩ ଓଡିଆ

ଭୁବନେଶ୍ୱର ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ୍ । ଏହା ପୂର୍ବରୁ ଜୁନିୟର ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି । କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇ କହିଛନ୍ତି, ଆଗାମୀ ୨୪ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ଆୟୋଜିତ ହେବ । ୧୬ଟି ଟିମ୍ ବିଶ୍ୱକପ ରେ ଅଂଶଗ୍ରହଣ କରିବେ । ଏଥିସକାଶେ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଂଚି ସାରିଛି । ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଂଚିବେ । ବାୟୋ ବବଲ ପ୍ରକ୍ରିୟାରେ ବିଶ୍ୱକପ ଅନୁଷ୍ଠିତ ହେବ । କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଂଟ ରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି । ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ । ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି । ନିରାଡ଼ମ୍ବରରେ ଜୁନିଅର ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ହେବ । ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ- ଆୟୋଜକ ଭାରତ, ଆର୍ଜେଂଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିୟା, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡସ୍ ଓ ଆମେରିକା । ପ୍ରଥମ ୫ ଦିନ ପୁଲ୍ ଷ୍ଟେଜ୍ ମ୍ୟାଚ୍ ଖେଳାଯିବ । ଏହାପରେ ନସ୍ମ୍ର ୩୦ରୁ ଅନ୍ୟ ମ୍ୟାଚ୍ ହେବ । ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୩ରେ ସେମି ଫାଇନାଲ ଏବଂ ଡିସେମ୍ବର ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର

About admin

Check Also

ରତ୍ନପ୍ରସାଦ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ : ଭଞ୍ଜନଗର ଦଳ ଚମ୍ପିୟାନ

ବାଲିଗୁଡା,୦୯/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର ସୁନାମ ଧନ୍ୟ କ୍ରୀଡାବିତ ରତ୍ନପ୍ରସାଦ ସିଂଦେଓ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲିଗୁଡା କବାଡି …

Leave a Reply

Your email address will not be published. Required fields are marked *