Saturday , August 20 2022
Breaking News
Home / ବିଶେଷ / କଟକର ଜଣେ ଵେସାହାରା ମହିଳା ତାଙ୍କର ସମସ୍ତ ସମ୍ପତ୍ତି ଜଣେ ରିକ୍ସାବାଲା ନାଁ ରେ କରିଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି

କଟକର ଜଣେ ଵେସାହାରା ମହିଳା ତାଙ୍କର ସମସ୍ତ ସମ୍ପତ୍ତି ଜଣେ ରିକ୍ସାବାଲା ନାଁ ରେ କରିଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି

କଟକ ସଦର, ୧୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସହର ସୂତାହାଟ ଅଞ୍ଚଳର ଜନୈକା ବେସାହାରା ବିଧବା ମହିଳା ଅବଶିଷ୍ଟ ଜୀଵନ ସାହାରା ପାଇଁ ଆଶା, ଭରସା ଓ ବିଶ୍ୱାସ ରଖି ଜଣେ ରିକ୍ସାବାଲା ନାଁ ରେ ତାଙ୍କର ସମସ୍ତ ସମ୍ପତ୍ତି ଉଇଲ୍ କରିଦେଇଥିଵା ଘଟଣା ସାରା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକାଶ ଯେ ସୂତାହାଟର ମହିଳା ମିନତୀ ପଟ୍ଟନାୟକଙ୍କ ସ୍ୱ।ମୀ ୨୦୨୦ ଜୁଲାଇରେ ଆର ପାରିକୁ ଚାଲିଯିବା ପରେ ଏକମାତ୍ର ଝିଅକୁ ନେଇ ଵଞ୍ଚିରହିଥିଲେ। ହେଲେ ସେହି ଅଲିଅଳ ଝିଅଟି ମଧ୍ୟ ଵାପା ମରିଵାର ୬ ମାସ ଭିତରେ ୨୦୨୧ ଜାନୁଆରୀ ରେ ମରଣ ପଥର ଯାତ୍ରୀ ହେଲେ। ଏହି ଦୂର୍ଦିନରେ ମହିଳାଙ୍କ ଵାପ ଘର କିମ୍ବା ଶାଶୁ ଘର ଲୋକେ ଟିକେ ଆଡ ଆଖିରେ ଵି ଅନାଇଲେ ନାହିଁ। ଉପାୟଶୂନ୍ୟ ହୋଇ ବେସାହାରା ମହିଳା ମିନତୀ ପଟ୍ଟନାୟକ ଶେଷରେ ସାରା ଜୀଵନ ସାହାରା ଟିକିଏ ପାଇବା ପାଇଁ ତାଙ୍କ ଘରେ ରିକ୍ସା ଚଳାଇ ୨୫ ବର୍ଷ ହେଲା ସେଵା ଯୋଗାଇ ଆସୁଥିବା ରିକ୍ସାବାଲା ଵୁଢା ସାମଲଙ୍କ ନାଁ ରେ ତାଙ୍କର ଦୁଇ ମହଲା କୋଠା, ଆସବାବପତ୍ର,ସୁନାରୂପା ଉଇଲ କରିଦେଇଥିବା ଜଣାପଡ଼ିଛି। ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.