Friday , September 29 2023
Breaking News
Home / ବିଶେଷ / ମାନସିକ ବିକାରଗ୍ରସ୍ତଙ୍କୁ ମନସା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ବଂଟନ

ମାନସିକ ବିକାରଗ୍ରସ୍ତଙ୍କୁ ମନସା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ବଂଟନ

ପାରାଦୀପ,୧୨/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ସହରର ବିଭିନ୍ନ ସ୍ଥାନରେ ମାନସିକ ବିକାରଗ୍ରସ୍ତଙ୍କୁ ଦେଖିବାକୁ ମିଳେ । ରାସ୍ତାକଡରେ ଦିନ ବିତାଉଥିବା ଏହି ଅସହାୟ ମଣିଷମାନଙ୍କୁ ସବୁ ବେଳେ ସହାୟତାର ହାତ ବଢାଇ ଆସିଛି ପାରାଦୀପ ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ମନସା ଚାରିଟେବୁଲ୍ ଟ୍ରଷ୍ଟ । ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଟ୍ରଷ୍ଟର ସ୍ୱେଛାସେବୀମାନେ ପହଂଚି ଅସହାୟ, ବୟସ୍କ, ମାନସିକ ବିକାରଗ୍ରସ୍ତ ଓ ଅଭାବୀ ମଣିଷମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ମହାମାରୀ କରୋନା କଟକଣା ଠାରୁ ଆଜି ଯାଏ ସମାଜ ସେବାକୁ ବ୍ରତ ଭାବେ ପାଳନ କରି ଆସିଥିବା ଏହି ସଙ୍ଗଠନ ପକ୍ଷରୁ ଶୁକ୍ରବାର ଦିନ ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ପ୍ରତ୍ୟକ୍ଷତତ୍ୱାବଧାନରେ ସ୍ୱେଛାସେବୀ ଗୌରାଙ୍ଗ ମଣ୍ଡଳ, ଲିପୁନା ବାରିକ,କାହ୍ନୁ ଚରଣ ବାରିକ, ବଳରାମ ସାହୁ, ଧର୍ମପଦ ବାଡୋଇ ପ୍ରମୁଖ ସହରର ବିଭିନ୍ନ ସ୍ଥାନ ବୁଲି ଅସହାୟ, ମାନସିକ ବିକାରଗ୍ରସ୍ତ,ବୟସ୍କ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *