କଟକ,୧୨/୧୧/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତର ମହମ୍ମଦପୁର ବୁଦ୍ଧ ବିହାର (ଚକ୍ରଧର ମାର୍ଗ) ଠାରେ ବୁଦ୍ଧ ମନ୍ଦିର ପ୍ରତିଷ୍ଠା ଓ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଆଜି ସକାଳ ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ସକାଳ ୬ ଟରେ ପ୍ରଭାତ ପରିକ୍ରମା ଅନୁଷ୍ଠିତ ହୋଇଥିଲା । ପରେ ପରେ ସକାଳ ୯ ଟା ରୁ ୧୦ ଟା ତ୍ରିଶରଣ ବନ୍ଦନା,ପଂଚଶୀଳ ପାଠ, ସକାଳ ୧୦ ଟା ରେ ମହାମାନ୍ୟ ଭକ୍ଟକ୍ଷର ବୁଦ୍ଧ ଦତ, ଭକ୍ଟକ୍ଷର ମେନାନନ୍ଦ ଓ ଭକ୍ଟକ୍ଷର ଧମ୍ମମିତ୍ର ଦିବ୍ୟ ପ୍ରକାଶ ଙ୍କ ଦ୍ୱାରା ବୁଦ୍ଧ ରୂପ ଉନ୍ମୋଚନ , ସକାଳ ୧୧ ଟା ରେ ମହାବୋଧି ସୋସାଇଟି ବାଙ୍ଗାଲୋର ଶଖାର ନିର୍ଦ୍ଧେଶକ ମହାମାନ୍ୟ ଭିକ୍ଷୁ ବୁଦ୍ଧ ଦତ/ ପ୍ରତିନିଧି – ଉପାସକ ଧର୍ମାଚାରୀ ରବିନାରାୟଣ ଦାସ,ପ୍ରତିଷ୍ଠାତା ତ୍ରିରତ୍ନ ବୁଦ୍ଧ ବିହାର ବାଲେଶ୍ୱର ଙ୍କ ଦ୍ୱାରା ଆଲୋଚନା କର୍ମ ଓ ନିର୍ବାଣ ବିଷୟ ଭିକ୍ଷୁ ଧମ୍ମମିତ୍ରଙ୍କ ଦ୍ୱାରା ଆଲୋଚନା ପୂଜା ଅଷ୍ଟମାର୍ଗ ବିଷୟ ଭିକ୍ଷୁ ମେତାନନ୍ଦ ଙ୍କ ଦ୍ୱାରା ଧର୍ମାଲୋଚନା , ମହାବୋଧି ସୋସାଇଟି ଭୁବନେଶ୍ୱର ଶାଖାର ସମ୍ପାଦକ ବୌଦଧଚାରୀ ଡ଼ ସୌରେନ୍ଦ୍ର ମହାପାତ୍ର ଙ୍କ ଦ୍ୱାର ଧର୍ମାଲୋଚନା ପଂଚ ଉପାଦାନ ସ୍କନ୍ଦ , ମଧ୍ୟାହ୍ନ ସାଢ଼େ ୧୨ ଟାରେ କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରାଙ୍କ ଦ୍ୱାରା ବୁଦ୍ଧ ମନ୍ଦିର ଶୁଭ ଉପଘାଟନ , ଅପରାହ୍ନ ୪ ଟା ରେ ମନ୍ଦିର ଉନ୍ନତି ସକ୍ପର୍କରେ ଆଲୋଚନା ଭିକ୍ଷୁ ଧମ୍ମମିତ୍ର , ଅପରାହ୍ନ ୫ ଟା ଧ୍ୟାନ କାର୍ଯ୍ୟକ୍ରମ ଓ ସାଢ଼େ ୫ ଟାରେ ଧର୍ମାଲୋଚନା କାର୍ଯ୍ୟକ୍ରମ ରହିଥିବା ମହମ୍ମଦପୁର ବୌଦ୍ଧ ସଂଘର ସମ୍ପାଦକ ଙ୍କ ଠାୁ ସୂଚନା ମିଳିଛି । ଓଡ଼ିଶା ସମାଚାର