ବାଲିଗୁଡା,୧୨/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଥମୁନି ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗ । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବି ରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ହରତାଳ କରୁଛି । ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଥିଲା । ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ , ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସ୍ଥାନୀୟ ଲୋକେ ବି କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ବାଲିଗୁଡା ବଣିକ ସଂଘ ସମର୍ଥନ ଜଣାଇ ନଥିବା ଦେଖିବାକୁ ମିଳିଛି । ବାଲିଗୁଡା ରେ ବସ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଥିଲା । କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ଉପୁଜିନାହିଁ । କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର