ଗରଦପୁର, ୧୨/୧୧/୨୦୨୧(ଓଡ଼ିଶା ସମାଚାର)- ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପାଟକୁରା କଂଗ୍ରେସ ପକ୍ଷରୁ ହରତାଳ କରାଯାଇଛି । ଏ ନେଇ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ବନ୍ଧସାହିସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ୩ ଶହ ରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ ମୋଟର ସାଇକେଲ ରାଲିରେ ବାହାରି ମାହାଳ ଠାରେ ଥିବା ଭାରତିୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଜେଡ଼ି ସରକାରଙ୍କ ବିରୁଦ୍ଧରେ ପନାରାବାଜି କରିବା ସହ ମମିତା ମେହେରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ । ପରେ କୋରୁଆ କଲେଜ ଛକ,କଳାବୁଦା ବାରୁଣୀ ଛକ ରେ ହରତାଳ କରିବା ପରେ ଗରଦପୁର ବ୍ଲକ୍ , ପାଟକୁରା ଥାନା ଛକ , ନୂଆପଡ଼ା ବଜାର ଦେଇ ଗରଦପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ନାରାବାଜି କରିଥିଲେ । ତେବେ ଉଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଧେଶ ଅନୁଯାୟୀ ଜୀବନ ଯାତ୍ରା ସ୍ୱଭାବିକ ଥିବାବେଳେ ଦୋକାନ ବଜାର ଖୋଲା ରହିଥିଲା । ଏପରିକି ଆଜି ସରକାରୀ ଛୁଟି ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏହି ଅବସରରେ ଗରଦପୁର ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା,ଜିଲା କଂଗ୍ରେସ ସମ୍ପାଦକ ସଂଗ୍ରାମ ପୃଷ୍ଟି,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା,ଜିଲା କଂଗ୍ରେସ ଉପସଭାପତି ନୀରଂଜନ ରାଉତ, ଦୟାନିଧି ଜେନା, ଶଙ୍କର୍ଷଣ ମଲିକ,ସୁଦାମ ବାରିକ,ପ୍ରଦୀପ ଲେଙ୍କା,ଅଜୟ ମଲିକ,ରଂଜନ ପରିଜା,ରମାକାନ୍ତ ସ୍ୱାଇଁ,ବାବାଜୀ ବାରିକ,ସୁରେନ୍ଦ୍ର ବାରିକ,ସେକ୍ ଶୁଦ୍ଧ ଖାନ୍ ଙ୍କ ସମେତ ଏଥିରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର