ସାଲେପୁର,୧୨/୧୧/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଲକ ତଥା ଜଗତପୁର ଥାନା ପାଗା ଗୋପୀନାଥପୁର ଠାରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣା ର ପର୍ଦାଫାଶ ହୋଇଛି । ଗତ ଦୁଇ ମାସ ତଳେ ଏହି ଡକାୟତି ମାମଲାରେ ପୋଲିସକୁ ମିଳିଛି ସଫଳତା ।
ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଟଙ୍କାକୁ ମଧ୍ୟ ଜବତ କରିଛି । କଟକ ଡିସିପି ପ୍ରତୀକ ସିଂହ ପ୍ରେସମିଟ୍ କରି ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର