Tuesday , December 7 2021
Breaking News
Home / ସ୍ୱାସ୍ଥ୍ୟ / ତେଣ୍ଡାକୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ 

ତେଣ୍ଡାକୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ 

ଗରଦପୁର, ୧୨/୧୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏହି ବୈଠକରେ ସମିତିର ସଭାପତି ତଥା ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ବୈଠକରେ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ନୀରଂଜନ କର , ତେଣ୍ଡାକୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ଅମିତ କୁମାର ବେହେରା ଓ ଡ଼ାକ୍ତର ପ୍ରମୋଦ ନାୟକ, ଫାର୍ମାଶିଷ୍ଟ ରବିନାରାୟଣ ସାହୁ, ସଭ୍ୟ ନୀରୋଜ ନଳିନୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ନୀରାପତା ଓ ସୁରକ୍ଷା ନିମେନ୍ତ ସିସି କ୍ୟାମେରା ତୁରନ୍ତ ଲଗାଇବା ପାଇଁ ବୈଠକରେ ସମିତିର ସଭାପତି ଶ୍ରୀ ଜେନା ପ୍ରସ୍ତାବ ଦେଇଥିଲେ ।  ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧିୟ ବୃକ୍ଷ ରୋପଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପାର୍କ ନିର୍ମାଣ ଓ ଆଲୋକୀକରଣ କରାଯିବାକୁ ନିଷ୍ପତି ହୋଇଥିଲା ।  ଏଥି ସହିତ ଏସି ମରାମତି , ପାନୀୟ ଜଳ ଯୋଗାଣ , ସ୍ୱଛ ଭାରତ କାର୍ଯ୍ୟକ୍ରମ , ସାଇକେଲ ଷ୍ଟାଣ୍ଡ  ଓ ରୋଗୀ ବିଶ୍ରାମାଗାର ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା ।  ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ଼ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ଼ ସମସ୍ତ ଲୋକଙ୍କର ହେବା ପାଇଁ ଅଧ୍ୟକ୍ଷ ଶ୍ରୀ ଜେନା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ …

Leave a Reply

Your email address will not be published. Required fields are marked *