କଳାହାଣ୍ଡି,୧୨/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲା ଗୋଳମୁଣ୍ଡା ବ୍ଲକ ର ବହୁଚର୍ଚିତ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସଂପୃକ୍ତି କୁ ନେଇ ବହିଷ୍କାର ଦାବି କରିବା ସହ ମମିତା କୁ ନ୍ୟାୟ ପ୍ରଦାନ ଦାବିନେଇ ବିରୋଧୀ ଓ କଂଗ୍ରେସ୍ ଦଳ ତରଫରୁ ଜୋର ଦାର ଆନ୍ଦୋଳନ ଓ କଳାପତାକା ପ୍ରଦର୍ଶନ ସତ୍ତ୍ୱେ ମଧ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର କରିବା ବଦଳରେ କଳାହାଣ୍ଡି ସଭା ରେ କୋଳେଇ ନେଇଛନ୍ତି। ଓଡ଼ିଶା କଂଗ୍ରେସ ଦଳ ତରଫରୁ ସମଗ୍ର ଓଡିଶା ବନ୍ଦ ପାଳନ କରିବା ସହ ଆଜି କଳାହାଣ୍ଡିର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ବାନ କ୍ରମେ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ଙ୍କ ଇସ୍ତଫା ଦାବି ନେଇ ସମଗ୍ର କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ରେ ଶାନ୍ତି ପୂର୍ଣ୍ଣ ଭାବରେ ହରତାଳ କରାଯାଇଛି ।
ଏହି ହରତାଳ ସକାଳ ୬ ଘଣ୍ଟା ଠାରୁ ଦିନ ୧୨ ଘଣ୍ଟା ପର୍ୟ୍ୟନ୍ତ ଚାଲିଥିଲା। ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶ କ୍ରମେ କୌଣସି ଦୋକାନ ବଜାର ଓ ଗାଡି ମୋଟର କୁ ବନ୍ଦ କରିବାକୁ ବାଧ୍ୟ କରାଯାଉ ନ ଥିଲା । ସ୍ବତ ପ୍ରବୃତ୍ତ ଭାବରେ ନିଜେ ନିଜେ ଦୋକାନ ବଜାର ବନ୍ଦ କରି ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଓଡିଶା ସମାଚାର