Thursday , December 2 2021
Breaking News
Home / ବିଶେଷ / ଅସହାୟ ପରିବାରକୁ ସହାୟତା ପ୍ରଦାନ   

ଅସହାୟ ପରିବାରକୁ ସହାୟତା ପ୍ରଦାନ   

ଗରଦପୁର, ୧୨/୧୧/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ପଂଚାୟତର ଯମୁନାବାଦ ଗ୍ରାମର ପକ୍ଷାଘାତରେ ପିଡୀତ ଏକ  ଅସହାୟ ପରିବାରକୁ ଆଜି ଗରଦପୁର ବ୍ଲକ ଅନ୍ତର୍ଗତ ମହମ୍ମୁଦା ଗ୍ରାମର ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଯମୁନାବାଦ ଗ୍ରାମର ସୁଶାନ୍ତ କୁମାର ସାହୁ (୬୧) ଦୀର୍ଘ ଦିନ ହେଲା ପକ୍ଷାଘାତ ରୋଗରେ ପିଡୀତ ହେବାରୁ ତାଙ୍କର ହାତ ଓ ଗୋଡ ଅଚଳ ହୋଇପଡିବାରୁ ସେ ଘରେ ଶୋଇ ରହୁଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥ ମୂଖ୍ୟ ବାଧକ ସାଜିଛି । ଜମିବାଡି ନ ଥିବା ସୁଶାନ୍ତଙ୍କର ଅନ୍ୟ କୌଣସି ରୋଜଗାରର ପନ୍ଥା ନ ଥିବାରୁ ପରିବାର ଚଳାଇବା କଷ୍ଠକର ହୋଇ ପଡିଛି । ରେସନ୍ କାର୍ଡରେ ମିଳୁଥିବା ଚାଉଳ ଓ ରୁଣ କରି ଗାଇ କ୍ରୟ କରି ସେଥିରୁ ମିଳୁଥିବା ଅର୍ଥରେ ପରିବାରର ୫ଜଣ ସଦସ୍ୟ ପ୍ରତିପୋଷଣ ହେଉଛନ୍ତି । ଏ ସମ୍ପର୍କରେ ଜାଣିବା ପରେ ଆଜି ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଅନାଦି ଚରଣ ମହାନ୍ତି,ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର  ବେହେରା,ପ୍ରଶାନ୍ତ କୁମାର ସ୍ୱାଇଁ,ରଞ୍ଜନ କୁମାର ବେହେରା,ସୌରୀ ପ୍ରସାଦ ସାହୁ,ପ୍ରଫୁଲ୍ଲ ଚନ୍ଦ୍ର ସାହୁ  ଓ ସମ୍ପୃକ୍ତ ଗ୍ରାମର ସୁକାନ୍ତ କୁମାର ସାମଲ ପ୍ରମୁଖ ପକ୍ଷାଘାତରେ ପିଡୀତ ସୁଶାନ୍ତ କୁମାର ସାହୁଙ୍କ ଘରକୁ ଯାଇ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଟ୍ରଷ୍ଟର ସମ୍ପାଦିକା ସନ୍ଧ୍ୟାରାଣୀ  ଜେନା ,ଅଂଚଳର ଦୁଃସ୍ତ,ଅସହାୟ ଲୋକମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସେବା ଯୋଗଇ ଦିଆଯାଉଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *