Tuesday , August 16 2022
Breaking News
Home / ନିର୍ବାଚନ / ସଦର ଵ୍ଲକରେ ତିନି ଦିନରେ ସରିଵ ପଞ୍ଚାୟତ ଭୋଟ ଗଣତି

ସଦର ଵ୍ଲକରେ ତିନି ଦିନରେ ସରିଵ ପଞ୍ଚାୟତ ଭୋଟ ଗଣତି

କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ସାଧାରଣ ନିର୍ବାଚନ ଭୋଟ ଗଣତି ଢାଞ୍ଚାରେ ପ୍ରଥମ ଥର ପାଇଁ ଚଳିତ ପଞ୍ଚାୟତ ନିର୍ବାଚନର ଗଣତି ଏକକାଳୀନ ସଵୁ ଭୋଟ ସରିବା ପରେ ଗୋଟିଏ ଜାଗାରେ ଗଣତି କରାଯାଇ ସରକାରୀ ଭାଵେ ଫଳାଫଳ ଘୋଷଣା କରାଯିଵାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ସଦର ଵ୍ଲକର ୨୩ ଗୋଟି ପଞ୍ଚାୟତର ୩୮୩ ଵୁଥ୍ ର ଭୋଟ ଵାକ୍ସ ସଵୁ ଵ୍ଲକରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯିଵ। ଏହାପରେ ୩ ପର୍ଯ୍ୟାୟରେ ଅର୍ଥାତ୍ ପ୍ରଥମ ଦିନ ୪ ନମ୍ଵର ଜିଲ୍ଲା ପରିଷଦ ଯୋନର ଜିଲ୍ଲା ପରିଷଦ ସଭ୍ୟ,୩ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କର ଭୋଟ ଗଣତି କରାଯିଵ। ସେହିପରି ଦ୍ୱିତୀୟ ଦିନ ୫ ନମ୍ଵର କନ୍ଦରପୁର ଜିଲାପରିଷଦ ଜୋନର ପରିଷଦ ସଭ୍ୟ ଙ୍କ ସହ ୬ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କର ଭୋଟ ଗଣତି ହେଵ। ସେହିପରି ତୃତୀୟ ଦିନ ଅର୍ଥାତ୍ ଶେଷ ଦିଵସରେ ୭ ନମ୍ଵର ୪୨ ମୈ।ଜା ଜିଲ୍ଲା ପରିଷଦ ଯୋନର ପରିଷଦ ସଭ୍ୟ ଙ୍କ ସମେତ ୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟାଙ୍କ ଭୋଟ ଗଣତି ହେଵ।ସେହି ଦିନ ମଧ୍ୟ ୭ ନମ୍ଵର କିଶନନଗର ଜିଲ୍ଲା ପରିଷଦ ଯୋନର ପରିଷଦ ସଭ୍ୟଙ୍କ ସମେତ ୮ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟାଙ୍କ ଭୋଟ ଗଣତି କରଖଯିଵ ଵୋଲି ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲିଲା , ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି – ରାତି ୯ଟା ସୁଦ୍ଧା ଆଉ ୯ଟି ଗେଟ୍ ଖୋଲିବ

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲାଯାଇଛି । …

Leave a Reply

Your email address will not be published.