Tuesday , August 16 2022
Breaking News
Home / କ୍ରୀଡ଼ା / ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇ ଥାଏ : ଶ୍ରୀମା

ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇ ଥାଏ : ଶ୍ରୀମା

ଜାଭିୟର ସ୍କୁଲରେ ଯୋଗ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଯୋଗାସନର ଅନେକ ଗୁଡିଏ ଉପକାରିତା ରହିଛି । ଏହା ମଣିଷକୁ ସୁସ୍ଥ ଓ ନିରାମୟ ରଖିବା ସହିତ ତା ଭିତରେ ଥିବା ଐଶ୍ୱରିକ  ଶକ୍ତିକୁ ଜାଗ୍ରତ  କରାଇଥାଏ ବୋଲି ବିଶିଷ୍ଟ ଆଧ୍ୟାତ୍ମିକକ ଗୁରୁ ତଥା ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଜାଭିୟର ସ୍କୁଲ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗୀତାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।  ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ଯୋଗ ଶିକ୍ଷା ଦ୍ୱାରା ଶାରିରୀକ ଓ ମାନସିକ ଉନ୍ନତି ଘଟେ ବୋଲି କହିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ  ଯୋଗର କର୍ମମାଳା ଓ ଯୋଗର ରହସ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।  ଯୋଗ ଗୁରୁ ସଞ୍ଜୟ ମଥାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୋଗ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.