Sunday , November 28 2021
Breaking News
Home / ବିଶେଷ / ମହାବିଦ୍ୟାଳୟସ୍ତରୀୟ ସ୍ୱତନ୍ତ୍ର ଭୋଟର ସଚେତନତା ପ୍ରଶିକ୍ଷଣ ଅଭିଯାନ

ମହାବିଦ୍ୟାଳୟସ୍ତରୀୟ ସ୍ୱତନ୍ତ୍ର ଭୋଟର ସଚେତନତା ପ୍ରଶିକ୍ଷଣ ଅଭିଯାନ

ଭଞ୍ଜନଗର, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଉପଖଣ୍ଡ ପ୍ରଶାସନ ତରଫରୁ ସକାଳ ୧୧.୩୦ ସମୟରେ ସାବିତ୍ରୀ ମହିଳାମହାବିଦ୍ୟାଳୟ ଏବଂ ୧.୦୦ ଘଂଟା ସମୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭୋଟର ପଞ୍ଜିକରଣ ସଚେତନତା ପ୍ରଶିକ୍ଷଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାବିତ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ଗଣ ଏବଂ ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଗଣ ସମେତ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟରାମ ସେନାପତି ଏବଂ ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସୁବାଶ ଚନ୍ଦ୍ର ପ୍ରଧାନ ଏହି କାଯ୍ୟ କ୍ରମରେ ଅଧ୍ୟକ୍ଷତା କରିଥିଲା ବେଳେ ଉପ -ଜିଲ୍ଲା ପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଭୋଟର ପଞ୍ଜିକରଣ ଅଧିକାରୀ ଭାବେ ଯୋଗଦେଇ କଲେଜ ଛାତ୍ରଛାତ୍ରୀ ୧୮ ବର୍ଷ ପ୍ରାପ୍ତ ହୋଇଥିବା ଭୋଟର ପଞ୍ଜିକରଣ ଭୋଟର ହେଲ୍ପ ଲାଇନ ଆପ ଦ୍ାରା କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ର୍ନିବାଚନ ଅଧିକାରୀ ଓଡ଼ିଶା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ର ୨୦୨୨ ନିୟମାବଳୀ ଉପରେ ଛାତ୍ରଛାତ୍ରୀଙ୍କ ସହ ପ୍ରଜ୍ୟାପ୍ତ ଆଲୋଚନା କରିଥିଲେ । କଲେଜ ର ଛାତ୍ରଛାତ୍ରୀମାନେ ପଞ୍ଜିକରଣ କିପରି କରିବେ ତାହା ଉପରେ ଉପ – ଜିଲ୍ଲାପାଳ ଙ୍କୁ ପ୍ରଶ୍ନ କରିଥିଲେ ଏବଂ ଉପ -ଜିଲ୍ଲାପାଳ ମହୋଦୟ ଶ୍ରୀ ମିଞ୍ଜ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ମାଧ୍ୟମ ର ପଞ୍ଜିକରଣ କରିବାର ଡେମୋ ଦେଖାଇ ବତାଇଥିଲେ । ଏବଂ କହିଥିଲେ ଯେପରି ୦୧.୦୧.୨୦୨୦ ସୁଦ୍ଧା ୧୮ ବର୍ଷ କିମ୍ବା ତତୁର୍ଦ୍ଧ ହୋଇଥିବ ସେହି ଛାତ୍ର ଛାତ୍ରୀମାନେ ଭୋଟ ଦେବା ଅଧିକାର ରୁ ବଂଚିତ ନହେବେ ସେଥିପାଇଁ ଧ୍ୟାନ ଆକର୍ଷଣ କରିଥିଲେ ନିଜ ବକ୍ତବ୍ୟରେ କହିଥିଲେ ଏହି ବିଶାଳ ଗଣତନ୍ତ୍ର ଦେଶରେ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରି ଆମର ଗଣତନ୍ତ୍ରକୁ ସୁଦୃଢ କରନ୍ତୁ । ଭଞ୍ଜନଗର ବି.ଡି.ଓ ଶ୍ରୀ ଅନିଲ କୁମାର ସେଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗୋଟିଏ ସୁନ୍ଦର ଗଣତନ୍ତ୍ର ରାଷ୍ଟ୍ରରେ ଛାତ୍ରଛାତ୍ରୀମାନଙ୍କ ମାତାଦାନ ନିହାତି ଜରୁରୀ ଭବିଷ୍ୟତରେ ଆମରି ଦେଶ ଗୋଟିଏ ସୁନ୍ଦର ଗଣତନ୍ତ୍ର ରାଷ୍ଟ୍ର ରୂପେ ଅଭିହିତ ହୋଇପାରିବ । ଏହି କାଯ୍ୟକ୍ରମରେ ମହିଳା କଲେଜର ଅଧ୍ୟାପିକା ଉର୍ମିଳା ପାଟଯୋଶୀ ଏବଂ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ରବୀନ୍ଦ୍ର ନାଥ ପାଳ ଏବଂ ଉଭୟ କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇଥିଲେ । ଏହି ଭୋଟରସଚେତନତା କାଯ୍ୟ କ୍ରମରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରଥମେ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଉପ -ଜିଲ୍ଲାପାଳ କାଯ୍ୟାଳୟ ର ର୍ନିବାଚନ ବିଭାଗର କର୍ମଚାରୀ ମୁକ୍ତି ଦ ନାୟକ ଉକ୍ତ କାଯ୍ୟ କ୍ରମଟିକୁ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବୈଷ୍ଣବ ଧର୍ମ ମାନବ ଜାତିକୁ ଦିଗ୍ ଦର୍ଶନ ଦେଇ ଆସୁଅଛି:୪ଟି ଜିଲ୍ଲାର ବୈଷ୍ଣବ ସମ୍ମିଳନୀ 

କଟକ,୨୮/୧୧/୨୦୨୧(ଓଡ଼ିଶା ସମାଚାର)- ବୈଷ୍ଣବ ଧର୍ମ ମାନବ ଜାତିକୁ ଦିଗ୍ ଦର୍ଶନ ଦେଇ ଆସୁଅଛି ବୋଲି ଆଜି ଜଗସିଂହପୁର, କଟକ, କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *