କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଅବିଭକ୍ତ କଟକ ଜିଲ୍ଲାର ବିଶିଷ୍ଟ ସମବାୟବିତ ତଥା ରାଜନେତା ସ୍ୱର୍ଗତ ପଦ୍ମଚରଣ ନାୟକଙ୍କ ୬ଷ୍ଠତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ କଟକଣା ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱର୍ଗତ ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାରମ୍ପରିକ ରୀତି ଓ ନୀତିରେ ପାଳନ କରାଯାଇଛି । ଏହି ଉପଲକ୍ଷେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ନନ୍ଦକିଶୋର ପରିଡା, ସମ୍ମାନିତ ଅତିଥି ଭାବେ ଡଃ. ଗିରୀଶ ଚନ୍ଦ୍ର ପାତ୍ର, ଆଇନଜୀବୀ ସରୋଜରାଜ ସିଂ, ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ହେମନ୍ତ କୁମାର ଜେନା, ରମଣୀ ରଞ୍ଜନ ରାଉତରାୟ, ପ୍ରାକ୍ତନ ପୌରାଧ୍ୟକ୍ଷ ଧିରେନ ସାହୁ, ଫକିର ଚରଣ ଖଟୁଆ, ଭାଗୀରଥି ଜେନା, ଗୁଲନଗର ସରପଂଚ ପୀତବାସ ବେହେରା, ସେବାନିବୃତ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ଉପେନ୍ଦ୍ରନାଥ କର, ଈଶ୍ୱର ଚନ୍ଦ୍ର ସାହୁ, ନଳିନୀକାନ୍ତ ପୃଷ୍ଟି, ଶରତ ବେହୁରା, ମହେନ୍ଦ୍ର ପରିଡା, ଶ୍ରମିକ ନେତା ମୁକ୍ତାର ଖାଁ, କାଶୀନାଥ ରାଉତରାୟ, ବିଜୟ କୁମାର ସାମଲ, ଦେବାଶିଷ କୁବେର, କାହ୍ନୁଚରଣ ଦାସ, ରବିନ୍ଦ୍ରନାଥ ରଥ, ଗୟାଧର ଧଳ, ଗୋବିନ୍ଦ କର ଏବଂ ଉଭୟ ଗୁଲନଗର ଉଚ୍ଚ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତି, ରାଜଶ୍ରୀ ସାହୁ, ଅନ୍ନପୂର୍ଣ୍ଣା ବିହାରୀ, ପ୍ରଜ୍ଞାପୂର୍ଣ୍ଣିମା ମଲ୍ଲିକ, ଅନିତା ପରିଡା, ସଲମା ଖାତୁନ, ଅଭିମନୁ୍ୟ ନାୟକ, ପୁତ୍ର ପ୍ରଶାନ୍ତ ନାୟକ, ଭାଇ ପ୍ରେମାନନ୍ଦ ନାୟକ, ରବିନ୍ଦ୍ର ସାହୁ, ଦିବ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ତାଙ୍କ ପଦାଙ୍କ ଅନୁସାରଣ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ତାଙ୍କ ପୁତ୍ର କୁଳମଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
