କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ କମୁ୍ୟନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଦରବୃଦ୍ଧି ଓ ବିଦୁ୍ୟତ ଦର ବୃଦ୍ଧି ବିରୁଦ୍ଧରେ ବୁଧବାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କୁ ଏକ ପାଂଚଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବିଦୁ୍ୟତ ପରିଚାଳନାରେ ଅପରିଣାମଦର୍ଶୀତା ଫଳରେ ସରକାର ଓଏସଇବିକୁ ଭାଙ୍ଗି ନେଷ୍କୋ, ୱେଷ୍କୋ, ସାଉଥକୋ ଓ ସେଷ୍କୋ ଆଦି ଚାରି ଭାଗରେ ବିଭକ୍ତ କରିବା ସହିତ ଏହାର ପରିଚାଳନା ଦାୟୀତ୍ୱ ବିଦେଶୀ ଓ ଦେଶୀ କମ୍ପାନୀମାନଙ୍କୁ ଦେଇଥିଲେ । ମାତ୍ର ସେମାନେ ବିଦୁ୍ୟତ କ୍ଷେତ୍ରରେ ବିକାଶ ଓ ସୁପରିଚାଳନା ନକରି କୋଟିକୋଟି ଟଙ୍କା ନେଇ ଚାଲିଗଲେ । ଏବେ ଟାଟା କମ୍ପାନୀ ବିଦୁ୍ୟତ ପରିଚାଳନା ଭାର ନେଉ ନେଉ ବିଦୁ୍ୟତ ଶୁଳ୍କ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ଉପରେ ଅତ୍ୟଧିକ ଜୋରିମାନା ବଢାଇ ଚାଲିଛନ୍ତି । ଆମ ଦେଶରେ “ସବକା ସାଥ ସବକା ବିକାଶ”ର ନାରା ଦେଉଥିବା ବିଜେପି ନେତୃତ୍ୱାଧିନ ନରେନ୍ଦ୍ର ମୋଦୀ ସରକାର ଆଜି ପେଟ୍ରୋଲ, ଡିଜେଲ, ଡାଲି, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଟାଟା କମ୍ପାନୀ ଠାରୁ ପରିଚାଳନା ଭାର ହଟାଯାଇ ପୁନଃ ଓଏସଇବିକୁ ଚାଲୁ କରାଯିବା, ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ସମେତ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରାଯିବା, କେନ୍ଦ୍ରାପଡା ଦେଇ ଯାତ୍ରୀବାହୀ ରେଳ ଚାଲୁ କରାଯିବା, ନୂତନ କୃଷି ଆଇନକୁ ତୁରନ୍ତ ବାତିଲ କରାଯିବା ଓ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ବାତିଲ କରାଯିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସି.ପି.ଆଇ.ର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା, ତ୍ରିଲୋଚନ ସ୍ୱାଇଁ, ସୁହାନା ବେଗମ, ସଂଯୁକ୍ତା ରାଉତ, ମଙ୍ଗୁଳି ଚରଣ ଦାସ, ପ୍ରମୋଦ କୁମାର ସାମନ୍ତରାୟ, କୁଞ୍ଜବନ ଖଟୁଆ, ଦାମୋଦର ମଲିକ, ପ୍ରଦୀପ ବେହେରା, ଗୈାରାଙ୍ଗ ଚରଣ ବେହେରା, ଜୀତେନ୍ଦ୍ର ସିଂ, ନିରଞ୍ଜନ ଦାସ, ଅକ୍ଷୟ କୁମାର ବେହେରା, ନନ୍ଦିନୀ ସ୍ୱାଇଁ, ଭାରତୀ ବେହେରା, ସନ୍ତୋଷ କୁମାର ଦାସ, ପ୍ରଦୁ୍ୟଷ ରଞ୍ଜନ ବେଉରା, ଜ୍ୟୋତିରଞ୍ଜନ ବେଉରା, ଆହ୍ୱାନ ରାଉତରାୟ, ବାସୁଦେବ ନାୟକ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର