କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର)-କଟକ ସଦର ବ୍ଲକ କନ୍ଦରପୁର ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ତଥା ମୁଁ ଭୋଟର ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ ସଦର ବିଡ଼ିଓ ରାଜୀବ ଲୋଚନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନକୁ ଭୋଟର ହେବାପାଇଁ ସଚେତନ କରାଇବା ସହ ଭାରତ ଗଠନରେ ଛାତ୍ରଛାତ୍ରୀ ମାନଙ୍କ ନିବିଡ଼ ସଂଯୋଗ ସମନ୍ଧରେ ଆଲୋକପାତ କରିଥିଲେ । ଏହି ସଭାରେ ଏବିଡ଼ିଓ,ଜିପିଇଓ, ପ୍ରାଧ୍ୟାପକ ଡକ୍ଟର ଅଲେଖ ଚନ୍ଦ୍ର ସାହୁ,ପ୍ରାଧ୍ୟାପକ ବିଜୟ କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଭାରେ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ, ମୁଖ୍ୟ କିରାଣୀ ଧୁସାସନ ପରିଡ଼ା,ନିରଞ୍ଜନ ପରିଡ଼ା,ଜିତେନ୍ଦ୍ର କୁମାର ସାହୁ,ସଞ୍ଜୟ କୁମାର ମିଶ୍ର , ବିଦାନଥା ପଣ୍ଡା, ସଂଗ୍ରାମ ବେହେରା ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର