Monday , December 6 2021
Breaking News
Home / ବିଶେଷ / କଂଗ୍ରେସର ଓଡିଶା ବନ୍ଦ କୁ ହାଇକୋର୍ଟ ଙ୍କ ନା,କେଵଳ ଶାନ୍ତିପୂର୍ଣ୍ଣ ହରତାଳ

କଂଗ୍ରେସର ଓଡିଶା ବନ୍ଦ କୁ ହାଇକୋର୍ଟ ଙ୍କ ନା,କେଵଳ ଶାନ୍ତିପୂର୍ଣ୍ଣ ହରତାଳ

କଟକ ସଦର, ୧୧/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ କୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା କାଲି ୧୨ ତାରିଖ ଶୁକ୍ରବାର ଦିନ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆ ଯାଇଥିଲା। ଵନ୍ଦ ଫଳରେ ଜନସାଧାରଣ ଭୋଗୁଥିବା ଦୂର୍ଦ୍ଦଶା ସଂପର୍କରେ ହାଇକୋର୍ଟ ରେ ହୋଇଥିଵା ଜନସ୍ୱାର୍ଥ ମାମଲାର ଶୁଣାଣି କରି କେଵଳ ଗଣତାନ୍ତ୍ରିକ ପଦ୍ଧତିରେ ହରତାଳ କରାଯାଇ ପାରିଵ ଵୋଲି ରାୟ ପ୍ରକାଶ ପାଇଛି । ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ରାୟର ଅବତାରଣା କରି ରାସ୍ତା ଅବରୋଧ,ଵଳ ପୂର୍ଵକ ଦୋକାନ ବଜାର ବନ୍ଦ,ଗାଡିମଟର ବନ୍ଦ ଭଳି କୈାଣସି ଜନମାରଣ ବନ୍ଦ କରାଯାଇ ପାରିଵ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ଗୁରୁବାର ହାଇକୋର୍ଟ ଙ୍କ ରାୟ ପ୍ରକାଶ ପୂର୍ବରୁ ପିସିସି କାର୍ୟ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ, ଡିଜିପି ଅଭୟ, ପୋଲିସ ଆୟୁକ୍ତ ସୈ।ମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖଙ୍କ ସହିତ ବିଚାରପତି ଭିସି ଯୋଗେ ବିଚାର ବିମର୍ଷ କରିଥିଲେ। ଏହି ଐତିହାସିକ ରାୟ ଫଳରେ ଆଗାମୀ ଦିନରେ ଆଉ କୈ।ଣସି ବନ୍ଦ ହୋଇପାରିବ ନାହିଁ ଵୋଲି ଖୁସିଵ୍ୟକ୍ତ କରିଛନ୍ତି। ହେଲେ ଆସନ୍ତା କାଲି କଂଗ୍ରେସ ତାର ଆଭିମୁଖ୍ୟ କିପରି ପରିବର୍ତ୍ତନ କରୁଛି ତାକୁ କେଵଳ ଦେଖିବାକୁ ଵାକି ରହିଲା। ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *