Wednesday , December 8 2021
Home / ବିଶେଷ / ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଂଗଠନିକ ବୈଠକ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସାଂଗଠନିକ ବୈଠକ

କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସରକାରୀ କର୍ମଚାରୀ ସଂଘର ସାଂଗଠନିକ ବୈଠକ ସ୍ଥାନୀୟ ମେଡିକାଲରୋଡ ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟାକାରୀ ସଭାପତି ବ୍ରଜ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଈଶ୍ୱର ଚନ୍ଦ୍ର ସାହୁ(୯୫)ଙ୍କୁ ବର୍ଷିୟାନ ବ୍ୟକ୍ତିତ୍ୱ ଭାବେ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସଂଘରେ ନୂତନ ଭାବେ ଯୋଗଦେଇଥିବା ମହାକାଳପଡା ବିକାଶ ମଂଚର ସଭାପତି ତଥା ବରିଷ୍ଠ ଶିକ୍ଷାବିତ କାଶୀନାଥ ରାଉତରାୟଙ୍କୁ ସ୍ୱାଗତ କରାଯାଇଥିଲା । ସଂଘର ବାର୍ଷିକ ଉତ୍ସବ ଆସନ୍ତା ଡିସେମ୍ବରମାସ ୧୧ତାରିଖରେ ହେବାକୁ ଥିବାରୁ ନଭେମ୍ବର ୨୦ତାରିଖରେ ଏକ ପ୍ରସ୍ତୁତି ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ସଂଘର ସଦସ୍ୟ ପିତାମ୍ବର ଦାସ, ସୁବାଷ ଚନ୍ଦ୍ର ପାତ୍ର, ଗଙ୍ଗାଧର ସ୍ୱାଇଁ, ତ୍ରୈ÷ଲୋକ୍ୟ ନାଥ ସ୍ୱାଇଁ, ଭଗବାନ ସାହୁ, ଶ୍ରୀନିବାସ ଦାସ, ମହମ୍ମଦ ଜାହିର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା ବୈଠକ ପରିଚାଳନା କରିଥିବା ବେଳେ  ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *