Friday , September 22 2023
Breaking News
Home / ବିଶେଷ / ୨୨ ଜଣ ବିଜେଡି ବିଧାୟକ ଙ୍କୁ ଆଶ୍ୱସ୍ତି

୨୨ ଜଣ ବିଜେଡି ବିଧାୟକ ଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର ,୧୦/୧୧/୨୦୨୧(ଓଡ଼ିଶା ସମାଚାର)- ୨୨ଜଣ ବିଜେଡ଼ି ବିଧାୟକ ଅଫିସ୍ ଅଫ୍ ପ୍ରଫିଟ୍ ଅଥବା ଲାଭଜନକ ପଦବୀରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ୨୨ ଜଣ ବିଜେଡି ବିଧାୟକ ଙ୍କୁ ଆଶ୍ୱସ୍ତି ମିଳିଛି । ବିଭିନ୍ନ ଜିଲ୍ଲା କମିଟି ଏବଂ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୯୧(୧)(ଏ) ଆଧାରରେ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ଆୟୋଗଙ୍କ ୱେବ୍ ସାଇଟରେ ଏହି ସୂଚନା ଦିଆଯାଇଛି । ଏହି ସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଏକାଧିକ ଆବେଦନ ହୋଇଥିଲା । ଏହାପରେ ରାଜ୍ୟପାଳ ଇସିଆଇ ପୋଲ୍ ପ୍ୟାନେଲ୍ ଙ୍କ ମତ ଲୋଡ଼ିଥିଲେ। ବୈଧାନିକ ଆଇନ ଆଧାରରେ ୨୨ ବିଧାୟକଙ୍କ ମଧ୍ୟରୁ ‘ଅଫିସ୍ ଅଫ୍ ପ୍ରଫିଟ୍’ ପଦବୀରେ ୨୦ଜଣ ଅଯୋଗ୍ୟ ନୁହନ୍ତି । ଅନ୍ୟ ଦୁଇ ଜଣ ଭୂପିନ୍ଦର ସିଂହ ଓ ଅନନ୍ତ ନାରାୟଣ ଜେନା ବିଧାୟକ ହେବା ପୂର୍ବରୁ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ଓ ଏହି ଦୁଇ ବିଧାୟକଙ୍କ ଇସ୍ତଫା ଷୋଡ଼ଶ ବିଧାନସଭା ଗଠନ ପୂର୍ବରୁ ଗ୍ରହଣ କରିନିଆଯାଇଥିଲା ବୋଲି କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *