Sunday , October 1 2023
Home / ବିଶେଷ / ସୁନାକର ବେହେରାଙ୍କୁ ସର୍ବଭାରତୀୟ ଖାଉଟି କଲ୍ୟାଣ ସମ୍ମିଳନୀକୁ ନିମନ୍ତ୍ରିତ

ସୁନାକର ବେହେରାଙ୍କୁ ସର୍ବଭାରତୀୟ ଖାଉଟି କଲ୍ୟାଣ ସମ୍ମିଳନୀକୁ ନିମନ୍ତ୍ରିତ

ପାରାଦୀପ,୧୦/୧୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ନଭେମ୍ବର ୨୭ ଶନିବାର ଦିନ ଜାମ୍ମୁ ଓ କାଶ୍ମିର୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଖାଉଟି ସୁରକ୍ଷା ନିମନ୍ତେ ନୀତି ଆୟୋଗ ‘ଭାରତ ସରକାରଙ୍କ ଅଧିନ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ’ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଶାଖା ତରଫରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ସାଇଲୋ ଗ୍ରାମପଂଚାୟତ ର ତେରମାଣପୁର (ବାଲିସାହି) ଗ୍ରାମର ଓଡ଼ିଶା ଖାଉଟି କଲ୍ୟାଣ ପରିଷଦର ରାଜ୍ୟ ସଚୀବ ସୁନାକର ବେହେରା ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ଶ୍ରୀ ବେହେରା ରାଜ୍ୟର ପ୍ରତିନିଧିତ୍ୱ କରିବା ସେଙ୍ଗ ସେଙ୍ଗ ଏହି ସର୍ବଭାରତୀୟ ସମ୍ମିଳନୀରେ ଖାଉଟି କଲ୍ୟାଣ ସମ୍ବନ୍ଧୀୟ ନିଜର ସନ୍ଦର୍ଭ ଉପସ୍ଥାପନ କରିବେ । ଏହି ସର୍ବଭାରତୀୟ ସମ୍ମିଳନୀରେ ଯୋଗଦାନ କରୁଥିବାରୁ ଓଡ଼ିଶା ତଥା ଜଗତସିଂହପୁର ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ଅଭିନନ୍ଦନ ଜଣାଇବା ସମେତ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, କୁଜଙ୍ଗ ବାର ଆସୋସିଏସନ, ଜିଲ୍ଲାସାମ୍ବାଦିକ ସଂଘର ସମସ୍ତ କର୍ମକର୍ତା, ଓଡ଼ିଶାର ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଷ୍ଟ୍ରୀୟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବାଜୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଓ ଶୁଭେଚ୍ଛୁ ମାନେ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *