Thursday , December 2 2021
Breaking News
Home / ବିଶେଷ / ବାଲିଗୁଡ଼ାରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବାଲିଗୁଡ଼ାରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବାଲିଗୁଡ଼ା,୧୦/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ ପ୍ରାଣୀମାନଙ୍କ ସୁରକ୍ଷା ଓ ଚାଷ ବିଷୟରେ ଆଲୋକପାତ କରାଇଥିଲେ ଉପସ୍ଥିତ ଚାଷୀଙ୍କୁ । ସମ୍ମାନୀତ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରୀପାଠୀ ଯୋଗ ଦେଇ ଥିଲେ । ଡଃ.ଜୀବନ କୃଷ୍ଣ ସାହୁ ଜିଲ୍ଲା ମୁଖ୍ୟ ପ୍ରତୀକ ଚିକିତ୍ସା ଅଧିକାରୀ ଏହି ସଭାରେ ସଭାପତିତ୍ବ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟକ ଚାଷୀ ଏକି ଉତ୍ସବରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସକାଳୁ ଗୋ ପୂଜନ,ଗୋ ଚିକିତ୍ସା, ଗୋ ପ୍ରଦର୍ଶନୀ ଏବଂ ଚାଷୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । ଓଡିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *