ଭୁବନ,୧୦/୧୧/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମର ଜନୈକା ମହିଳା ପାରିବାରିକ ଅଶାନ୍ତିରୁ ନିଜର ମାନସିକ ଭାରସାମ୍ୟ ହରାଇ ଆଜି ଅପରାହ୍ନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ବାଲିବୋ ଗ୍ରାମର ଧବଳେଶ୍ୱର ନାୟକ ଙ୍କ ପତ୍ନୀ କୁନି ନାୟକ(୪୬) ତାଙ୍କ ଝିଅ ଘରୁ ପଳାଇଯାଇ ଅନ୍ୟ ଜାତିରେ ସ୍ୱଇଚ୍ଛାରେ ବିବାହ କରିଥିବା ଯୋଗୁ କୁନି ମାନସିକ ଅଶାନ୍ତିରେ ରହୁଥିଲେ । ଆଜି ଅପରାହ୍ନ ୪ ଘଟିକା ସମୟରେ ଘରେ କେହି ନଥିବାର ସୁଯୋଗରେ କୁନି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ପରିବାର ସଦସ୍ୟ ତାଙ୍କୁ ଭୁବନ ଡାକ୍ତରଖାନାକୁ ଆଣିଥିଲେ । ପୋଲିସ ଖବର ପାଇ ଡାକ୍ତରଖାନାରେ ପହଁଚି ତଦନ୍ତ ଚଳାଇଛି । ଓଡ଼ିଶା ସମାଚାର