କଟକ ୧୦/୧୧/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ନିଜକୁ ଜଣେ ମରଚାଂଟ ନ୍ୟାଭିର ଅଧିକାରୀ ତଥା ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ଭାବେ ପରିଚୟ ଦେଇ ମରଚାଂଟ ନ୍ୟାଭିର ଅଧିକାରୀ ଭାବେ ବିଦେଶରେ ଚାକିରି କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଅଭିଯୁକ୍ତ ଯୁବକ ଜଣଙ୍କ କଟକ ଜିଲା କିଶନନଗର ଥାନା ଅଞ୍ଚଳର ପତିପୁର ଗ୍ରାମର ସୌମ୍ୟ ରଞ୍ଜନ ମିଶ୍ର । ତା ନିକଟରୁ ପୋଲିସ୍ ନଗଦ ୩୩ ହଜାର ୮ ଶହ ଟଙ୍କା, ଗୋଟିଏ କାର୍ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ମହାନଦୀବିହାର ରେ ରହୁଥିବା ନରସିଂହପୁର ଥାନା ଅଂଚଳର ସାଗର ଗ୍ରାମର କଳ୍ପନା ସାହୁ ଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଚାଉଳିଆଗଞ୍ଜ ଥାନାରେ କେଶ ନଂ-୪୨୪ /୨୦୨୧ ରେ ଏକ ମାମଲା ରୁଜୁ କରାଯାଇଛି । ଓଡ଼ିଶା ସମାଚାର
