Sunday , October 1 2023
Home / ବିଶେଷ / ଘର ଭଡା ଖୋଜି ବୁଲୁଛନ୍ତି କିଶନନଗର ତହସିଲଦାର, କ୍ୱାର୍ଟର ନଥିଵାରୁ ସମସ୍ତେ ହିନସ୍ଥା

ଘର ଭଡା ଖୋଜି ବୁଲୁଛନ୍ତି କିଶନନଗର ତହସିଲଦାର, କ୍ୱାର୍ଟର ନଥିଵାରୁ ସମସ୍ତେ ହିନସ୍ଥା

କଟକ ସଦର, ୧୦/୧୧/୨୦୨୧(ଓଡ଼ିଶା ସମାଚାର / ଵିଷ୍ଣୁ ଵେହେରା): ସାଲେପୁର ତହସିଲ ରୁ ୧୯୮୯ ମସିହାରେ ଆବଶ୍ୟକତା ଦୃଷ୍ଟିରୁ ପୃଥକ ହୋଇ କିଶନନଗର ତହସିଲ ଗଠିତ ହୋଇଥିଲା ଵେଳେ ଦୀର୍ଘ ୩୧ ଵର୍ଷ ହେଲା  ।  ନା ଅଛି ତହସିଲଦାର ଙ୍କ ପାଇଁ  କ୍ୱ।ର୍ଟର, ନା ଅଛି କର୍ମଚାରୀ ଙ୍କ ପାଇଁ  କ୍ୱ।ର୍ଟର। ଯାହା ଫଳରେ କେହି ସଦର ମହକୁମାରେ ନରହି ମନଇଛା ଯେ ଯାହା ମନ ପସନ୍ଦରେ ରହି କାର୍ୟ୍ୟାଳୟକୁ ଯିଵାଆସିଵା କରୁଛନ୍ତି । ଏଥିପାଇଁ ଜନସାଧାରଣଙ୍କ କାର୍ୟ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଏ ସଵୁକୁ ଦୃଷ୍ଟିରେ ରଖି ଗତ ୩ ତାରିଖରେ କାର୍ୟ୍ୟଭାର ଗ୍ରହଣ କରିଥିବା ନୂତନ ତହସିଲଦାର ଇନ୍ଦିରା ସାହୁ ସଦରମହକୁମା ରେ ରହିଵାକୁ ଇଚ୍ଛାପ୍ରକାଶ କରି ଘର ଭଡା ଖୋଜି ଖୋଜି ନୟାନ୍ତ ହୋଇଥିଵା ଜଣାଯାଇଛି। ଜନସାଧାରଣଙ୍କ ହିତ ପାଇଁ ତୁରନ୍ତ ତହସିଲରେ ତହସିଲଦାର ଓ କର୍ମଚାରୀଙ୍କ ପାଇଁ ନୂଆ କ୍ୱ।ର୍ଟର ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ଜିଲା ପ୍ରଶାସନ ଠାରେ ସାଧାରଣରେ ଦାଵି ହେଉଛ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *