Friday , August 12 2022
Breaking News
Home / ବିଶେଷ / କାଳୀପୂଜା ଭସାଣିଉତ୍ସବ,ବାଜାରେ ଦୁଲୁକିଲା ଭୁବନ

କାଳୀପୂଜା ଭସାଣିଉତ୍ସବ,ବାଜାରେ ଦୁଲୁକିଲା ଭୁବନ

 ଭୁବନ,୧୦/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ଗୁରୁବାର ରାତିରୁ କାଳୀବଜାର ଓ ସିନେମାହଲ ଛକ(ଅରାସାହି) ରେ ଶକ୍ତି ସ୍ୱରୂପିଣୀ,ଅଭୟ ଦାୟିନୀ,ଦୁଷ୍ଟ ନିବାରିଣୀ ମା କାଳୀ ଙ୍କ ପୂଜାର୍ଚ୍ଚନା କରାଯାଇ ଆଜି ଅପରାହ୍ନରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଜା ବାଣରେ ସମଗ୍ର ଭୁବନ କମ୍ପୁଛି । କାଳୀବଜାର ବଣିକସଂଘ ଓ ସିନେମାହଲ ଛକ (ଅରାସାହି) କାଳୀମେଢ ଅପରାହ୍ନ୨ ଘଟିକା ସମୟରେ ନିଜନିଜର ଆସ୍ଥାନ   ରୁସିଙ୍ଗବାଜା, ଭାଙ୍ଗଡା ଢୋଲ ବାଦ୍ୟ,ଲଉଡିବାଡି,ପାରମ୍ପରିକ ଘୋଡାନାଚ ,ଲୋକକଳା ସହିତ ଶୋଭାଯାତ୍ରା ରେ ବାହାରି   ନୂଆବଜାର, ଗଣେଶବଜାର, ଗୁଜୁରୀହାଟ, ଦୁର୍ଗାଛକ, ଲକ୍ଷ୍ମୀଛକ, ବଣିଆସାହି, ରାଉତସାହି, ବେହେରା ସାହି, ବାଜିଛକ, ବଡହାଟ ଦେଇ ସହର ପରିକ୍ରମା କରୁଛି । କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାରସାହୁ ଙ୍କ ନେତୃତ୍ୱରେ ସମସ୍ତ ବ୍ୟବସାୟୀ ଭାଇମାନେ ସାମିଲ ହୋଇଥିବାବେଳେ ସିନେମାହଲ ଛକ (ଅରାସାହି) ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ନେତୃତ୍ୱରେ ସାହି ଭାଇଙ୍କ ସହଯୋଗରେ ଶୃଙ୍ଖଳାର ସହ ଭସାଣି ଯାତ୍ରା ଅନୁଷ୍ଠିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.