Saturday , August 13 2022
Breaking News
Home / କୃଷି / କଲହାଣ୍ଡି ଜିଲା ଇନ୍ଦ୍ରାବତୀ ମୁଖିଗୁଡା କେନାଲ ରେ ପାଣି ଯୋଗାଣ ଦାବିରେ  ୧୩ ଗୋଟି ପାଣି ପଞ୍ଚାୟତର ଚାଷୀ ଙ୍କ ରାସ୍ତା ଅବରୋଧ 

କଲହାଣ୍ଡି ଜିଲା ଇନ୍ଦ୍ରାବତୀ ମୁଖିଗୁଡା କେନାଲ ରେ ପାଣି ଯୋଗାଣ ଦାବିରେ  ୧୩ ଗୋଟି ପାଣି ପଞ୍ଚାୟତର ଚାଷୀ ଙ୍କ ରାସ୍ତା ଅବରୋଧ 

କଲହାଣ୍ଡି , ୧୦/୧୧/୨୦୨୧(ଓଡ଼ିଶା ସମାଚାର / ସଂଜୟ ସିଂହ) – କଳାହାଣ୍ଡି ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ ଦାବିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା, କଲମପୁର ବ୍ଲକ ର ୧୩  ଗୋଟି ପାଣିପଞ୍ଚାୟତ ରାଜରାସ୍ତା ଅବରୋଧ କରିଛନ୍ତି।ଇନ୍ଦ୍ରାବତୀ ରୁ କେନାଲ ମରାମତି ପାଇଁ ରବି ଋତୁ ଚାଷ ରେ ଜଳ ଯୋଗାଣ ବନ୍ଦ ନେଇ ମୁଖୀଗୁଡା ନିର୍ବାହୀ ଯନ୍ତ୍ରୀ ଙ୍କ ପକ୍ଷରୁ ଚାଷି ଙ୍କୁ ପୂର୍ବରୁ ସୁଚନା ଦିଆଯାଇଛି।ହେଲେ କିଛି ଅଞ୍ଚଳ ପର୍ୟ୍ୟନ୍ତ ପାଣି ଯୋଗାଣ ହେବ ତେବେ ଏ ନେଇ କଲମପୁର ଗୁନଗୁନିଆ ଡିଷ୍ଟ୍ରିବୁଟର ଚାଷି ମାନେ ଜିଲ୍ଲାପାଳ ଙ୍କୁ ଗୁନଗୁନିଆ ଡିଷ୍ଟ୍ରିବୁଟାରି ପର୍ୟ୍ୟନ୍ତ ପାଣି ଦେବାକୁ ଦାବି କରିଥିଲେ। କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଆଜି ସକାଳ ୬ ଘଣ୍ଟା ରୁ ମୋଟେର ମୁଖୀଗୁଡା ରାଜ୍ୟ ରାଜପଥ କୁ   ଜୟପାଟଣା ଓ କଲମପୁର ର ୧୩ ପାଣି ପଞ୍ଚାୟତ ର ଚାଷୀ ମାନେ ଗୁନଗୁନିଆ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ରାସ୍ତା ରୋକ ଜାରି ରହିବ ବୋଲି  ଚାଷୀ ଅଡ଼ି ବସିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ଆହତ

ନିରାକାରପୁର, ୧୦/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବନଖଣ୍ଡ ଟାଙ୍ଗୀ ରେଂଜ ଜଙ୍କିଆ ନୁଆ ଗାଁରେ ଗୋଠଛଡା ଦନ୍ତାହାତୀ କିଛି ଦିନ …

Leave a Reply

Your email address will not be published.